ସୁନ୍ଦରଗଡ଼ : ୧/୧୧(ସତ୍ୟାନ୍ୟୁଜ)
ମହଙ୍ଗା ପଡିଲା ବାଲି ଚୋରି। ବେଆଇନ ବାଲି ଚାଲାଣ ଅଭିଯୋଗରେ ୨ ଟି ଟ୍ରାକ୍ଟର କୁ ୫ ଲକ୍ଷ ଟଙ୍କା ଫାଇନ କରିଛି ଖଣି ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ତଳସରା ନିକଟ ଓସ୍ତାଲି ନଦୀ ଘାଟରୁ ଦିନ ବେଳା ବେଧଡକ ବାଲି ଚାଲାଣ ହେଉଥିଲା। ଖବର ପାଇ ଧରୁଆଡିହି ଥାନା ପୁଲିସ ଚଢ଼ଉ କରି ଦୁଇଟି ଟ୍ରାକ୍ଟର କୁ ରାସ୍ତାରେ ଧରି ଥିଲା। ପରେ ପୋଲିସ ଏ ବାବଦରେ ଖଣି ବିଭାଗକୁ ସୂଚନା ଦେଇଥିଲେ। ଖଣି ବିଭାଗ ଅଧିକାରୀ ମାନେ ଯାଞ୍ଚ ପରେ ଟ୍ରାକ୍ଟର ଦ୍ବୟ କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ୫ ଲକ୍ଷ ଟଙ୍କା ଫାଇନ କରିଛି । ଦୁଇଟି ଯାକ ଟ୍ରାକ୍ଟର ଜଣେ ମାଲିକ ର ବୋଲି ସୂଚନା ରହିଛି । ଉଭୟ ଟ୍ରାକ୍ଟର ଜବତ କରା ଯାଇଛି