ବଣାଇ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ , ବାନ୍ଧବୀ ଗୁରୁତର।। ବନ୍ୟପ୍ରାଣୀଙ୍କ ଲାଗି ବିଛା ହୋଇଥିଲା ବିଦ୍ୟୁତ୍ ତାର।

0 232

ବଣାଇ : ୧/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜଙ୍ଗଲରେ ବନ୍ୟପ୍ରାଣୀ ଙ୍କ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁ ବରଣ କରି ଥିବା ବେଳେ ତାଙ୍କ ବାନ୍ଧବୀ ଗୁରୁତର ଅଛନ୍ତି। ଗୁରୁତର ଯୁବତୀ ଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଚିକିତ୍ସା କରାଯାଉଛି। ବିଦ୍ୟୁତ୍ କରେଣ୍ଟ ରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ୨୪ ବର୍ଷୀୟ ପ୍ରେମରାଜ ମୁଣ୍ଡା। ମୃତ ପ୍ରେମରାଜ ଙ୍କ ନାମରେ ତାଙ୍କ ବଡ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେବେ ଠାରୁ ସେ ଫେରାର ଥିଲେ। ଗତକାଲି ସେ ଗାଁ କୁ ଆସିଥିବା ବେଳେ ମୃତକ ବଡବାପା ଙ୍କ ପରିବାର ଲୋକଙ୍କ ସହ ଝଗଡା ହୋଇଥିଲା। ତାଙ୍କ ଉପରେ ଆକ୍ରମଣର ଆଶଙ୍କା କରି
ପ୍ରେମାରାଜ୍ ତାଙ୍କ ବାନ୍ଧବୀ ମିଳନ ମଞ୍ଜରୀ ଙ୍କ ସହ ଧାଇଁ ପଲାଉ ଥିବା ବେଳେ ସାଲେଇଡିହି ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଖବରପାଇ ପ୍ରେମାରାଜ୍ ଙ୍କ ପରିବାର ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଲହୁଣୀପଡା ହସ୍ପିଟାଲ୍ ପଠାଇ ଥିଲେ। ଡାକ୍ତର ସେଠାରେ ପ୍ରେମରାଜ୍ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ଯୁବତୀ ମିଳନ ମଞ୍ଜରୀ ଙ୍କ ରାଉରକେଲା ଚିକିତ୍ସା ପାଇଁ ପଠାଇ ଥିଲେ। ବଣାଇ ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.