ରାଉରକେଲା : ଚୋରି , ଲୁଟ୍ ଘଟଣାରେ ରାଉରକେଲା ପୋଲିସ କୁ ମିଳିଲା ବଡ ସଫଳତା।। ୪ ଭେଟେରାନ୍ ଚୋରଙ୍କ ସମେତ ୭ ଗିରଫ।

0 12

ରାଉରକେଲା : ୩୧/୧୦
(ସତ୍ୟାନ୍ୟୁଜ) ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ସହ ସୁନା , ରୂପା ଗହଣା।ଲୁଟ୍ କରୁ ଥିବା ଏକ ଗ୍ୟାଙ୍ଗ ର ୪ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତ ମାନେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ୧୦ ଟି ଚୋରି ଘଟଣାରେ ସଂପୃକ୍ତ ଥିବା ବେଳେ ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଦୁଇଟି ମାମଲାରେ ସଂଶ୍ଳିଷ୍ଟ ଥିବା ଜଣା ପଡିଛି। କିଛିଦିନ ପୂର୍ବରୁ ବ୍ରାହ୍ମଣୀ ତରଙ୍ଗ ଥାନାର
ଝାଡତରଙ୍ଗ ଅଞ୍ଚଳରେ ବାବୁଲି ସାହୁଙ୍କ ଘରୁ ଏହି ଦୁର୍ବୃତ୍ତ ମାନେ କବାଟ ଭାଙ୍ଗି ସୁନା ରୂପା ଗହଣା ଚୋରି କରି ନେଇଥିଲେ । ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ୍ ସୁରେଶ ଲୋହରା ନାମକ ଜଣେ ଭେଟେରାନ୍ ଚୋର କୁ ଗିରଫ କରିବାରେ ସଫଳ ହୋଇଥିଲେ। ତଦନ୍ତ ପରେ ପୋଲିସ ସୁରେଶ ଆଉ ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲେ। ସେମାନଙ୍କ ଠାରୁ ପ୍ରାୟ ୧୨ ଟି ଚୋରି ମାମଲାର ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟ ର ସୁନା , ରୂପ ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ୍ କରାଯାଇଛି। ଚୋରା ସାମଗ୍ରୀ କିଣିବା ଅଭିଯୋଗରେ ପୋଲିସ୍ ୩ ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।

Leave A Reply

Your email address will not be published.