ବିରମିତ୍ରପୁର:୧୫/୬(ସତ୍ୟାନ୍ୟୁଜ) ବିରମିତ୍ରପୁର ତଳସରା ନିକଟ ରେଲୱେ ଟ୍ରାକ୍ ରେ ଆଜି ସକାଳେ ଏକ କ୍ଷତ ବିକ୍ଷତ ମୃତ ଦେହ ମିଳିଛି। ମୃତକ ମାଗଣୁ ବଡାଇକ୍ ବୋଲି ଜଣା ପଡିଛି। କେଉଁ ପରିପ୍ରେକ୍ଷୀରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାର ତଦନ୍ତ ପୋଲିସ୍ କରୁଛି। ତେବେ ପରିବାର ଲୋକ ମାନେ ମାଗଣୁ ଙ୍କ ମୃତ୍ୟୁ ରେ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କୁ ହତ୍ୟା କରି ରେଳ ଲାଇନ୍ ରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ୍ତ ମାନେ ଅନ୍ୟ ଜାଗାରେ ହତ୍ୟା କରି ରେଳ ଲାଇନ୍ ରେ ପକାଇ ଦେଇଥିବା କୁହା ଯାଉଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ଆଶା କରା ଯାଉଛି।