ରାଉରକେଲା : ଟ୍ରେନ୍ ଲାଇନ୍ ଉପରେ ବୁଲୁଛନ୍ତି ୨୨ ଟି ହାତୀ।। ହାୱଡା – ମୁମ୍ବାଇ ଲାଇନ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ।

0 182

ରାଉରକେଲା:୩୧/୧୦
(ସତ୍ୟାନ୍ୟୁଜ) ରାଉରକେଲା ନିକଟ ଟ୍ରେନ୍ ଲାଇନ୍ ରେ ବୁଲୁଛନ୍ତି ହାତୀ ପଲ୍ଲ। ୨୨ ଟିକିଆ ଏହି ହାତୀ ଦଳ ବନ୍ଧମୁଣ୍ଡା ‘ ବି ‘ କ୍ୟାବିନ୍ ନିକଟସ୍ଥ ଟ୍ରେନ୍ ଲାଇନ୍ ଏବେ ବୁଲୁଛନ୍ତି। ହାୱଡା – ମୁମ୍ବାଇ ଟ୍ରେନ୍ ଲାଇନ୍ ର ଉଭୟ ଅପ୍ ଏବଂ ଡାଉନ୍ ଲାଇନ୍ ଗୁରେ ଏହି ହାତୀ ପଲ୍ଲ ଏବେ ଅଛନ୍ତି। ଫଳରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଯେଉଁ ଟ୍ରେନ୍ ଯାଉଛି ୨୦ କିଲୋମିଟର ବେଗରେ ଛଡା ଯାଉଛି। ରାଉରକେଲା
ଡି ଏଫ୍ ଓ ଜସବନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ଛନ୍ତି। ବନ କର୍ମଚାରୀ ମାନେ ହାତୀକୁ ସୁରକ୍ଷିତ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ବୁଧବାର ରାତିରେ ଏହି ହାତୀପଲ ବରକାନି ଗାଁ ରେ ପସିଥିଲେ। ଗ୍ରାମବାସୀ ମାନେ ସେଠାରୁ ହରିପଲ କୁ ଘଉଡାଇ ଦେଇ ଥିଲେ। ଏହି ସକାଳୁ ଟ୍ରେନ୍ ଲାଇନ୍ ରେ ରହିଛନ୍ତି ୨୨ ଟିକିଆ ହାତୀ ଦଳ।

Leave A Reply

Your email address will not be published.