ରାଉରକେଲା:୧୪/୬(ସତ୍ୟାନ୍ୟୁଜ) ଓଡ଼ିଶା ର ଗଣପର୍ବ ରଜ। ବରଷ ରେ ଥରେ ଆସୁ ଥିବା ଏହି ଦିନ କୁ ସମସ୍ତେ ଅପେକ୍ଷା କରି ଥାଆନ୍ତି। ନାରୀତ୍ଵ , ପ୍ରକୃତି , ଖୁସି ର ଏହି ପର୍ବ କୁ ସମସ୍ତେ ଆନନ୍ଦର ସହ ପାଳନ କରି ଥାନ୍ତି। କୁମାରୀ ମାନଙ୍କ ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତେ ରଜରେ ଆମୋଦ ପ୍ରମୋଦ ରେ ମସଗୁଲ୍ ରହନ୍ତି। ପିଠା ପଣା ମହକ ରେ ଘର ବାସି ଉଠିଥାଏ।
ମାତ୍ର ସେ ସମୟର ରଜ ଏବଂ ଆଜିର ରଜରେ ବହୁ ଫରକ୍ ରହିଛି। ପୂର୍ବରୁ ଆମ୍ବ ତୋଟା ରେ ଦୋଳି ଖେଳ , ଅଗଣାରେ ତାସ୍ ଏବଂ ଗାଁ ମୁଣ୍ଡରେ ବାଗୁଡ଼ି ଖେଳ ରଜର ବିଶେଷତ୍ତ୍ୱ ଥିଲା। ମାତ୍ର ଏବେ ତାହା ବିଭିନ୍ନ ମଲ୍ ଏବଂ ମଣ୍ଡପରେ ସାମୂହିକ ଭାବେ ପାଳନ କରା ଯାଉଛି। ତେବେ ଯୁଗ ସାଙ୍ଗରେ ରଜ ପାଳନର ରୂପ ରେଖ ବଦଳୁ ଥିଲେ ମଧ୍ୟ ଓଡ଼ିଆ ପରମ୍ପରା କୁ ବଜାୟ ରଖା ଯାଇ ପାରୁଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ଆମ୍ବାଗାନ୍ ଠାରେ ଥିବା ଏକ ମଲ୍ ରେ ମୋନାଲିସା ପଜେଟିଭ୍ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ର ଆୟୋଜନ କରା ଯାଇଥିଲା। ପିଠାପଣା ପ୍ରତିଯୋଗିତାରୁ ଆରମ୍ଭ କରି ରଜ ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ତେବେ ସମସ୍ତେ ମନେ ପକାଇଥିଲେ ପୂର୍ବରୁ ପାଳନ କରା ଯାଉଥିବା ରଜ ର ପରମ୍ପରା। ସେ ଗାଁ ମୁଣ୍ଡ ଆମ୍ବ ତୋଟା ହେଉ କିମ୍ବା ସହର ର ମଲ୍ ହେଉ ରଜ ପର୍ବ ର ମହକ ଜାରି ରହୁ ବୋଲି ସମସ୍ତେ କାମନା କରିଥିଲେ।