ସୁନ୍ଦରଗଡ଼ : ହଷ୍ଟେଲ ଛାତରୁ ଖସି ପଡି ଛାତ୍ରଙ୍କ ମୃତ୍ୟୁ।। ଆତ୍ମହତ୍ୟା ନାଁ ହତ୍ୟା! ପୋଲିସ୍ ତଦନ୍ତ ଜାରି।

0 90

ସୁନ୍ଦରଗଡ଼ : ହଷ୍ଟେଲ ଛାତରୁ ଖସି ପଡି ଛାତ୍ରଙ୍କ ମୃତ୍ୟୁ।। ଆତ୍ମହତ୍ୟା ନାଁ ହତ୍ୟା! ପୋଲିସ୍ ତଦନ୍ତ ଜାରି।ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ: ଆତ୍ମହତ୍ୟା ନା ହତ୍ୟା? ପରିବାର ଆଣିଲେ ସଙ୍ଗୀନ ଅଭିଯୋଗ
ରାଜଗାଙ୍ଗପୁର/କୁତ୍ରା, ଜୁନ ୧୩: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିରିଙ୍ଗାଟୋଲି ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ହଷ୍ଟେଲରେ ଘଟିଥିବା ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲର ତୃତୀୟ ମହଲା ଛାତରୁ ଡେଇଁ ଛାତ୍ର ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ, ପରିବାର ପକ୍ଷରୁ ଏହା ହତ୍ୟା ହୋଇଥିବା ଅଭିଯୋଗ ଉଠିଛି।
ମୃତ ଛାତ୍ର ହେଲେ ଆଇଟିଆଇର ଦ୍ୱିତୀୟ ବର୍ଷର ଛାତ୍ର ଶୋନୁ ଅଭିଷେକ ତନ୍ତୀ। ଶୁକ୍ରବାର ହଷ୍ଟେଲର ତୃତୀୟ ମହଲା ଛାତ ଉପରୁ ସେ ତଳକୁ ପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣାଟି ଆତ୍ମହତ୍ୟା ବୋଲି ପ୍ରାଥମିକ ଭାବେ କୁହାଯାଉଥିବା ବେଳେ, ମୃତକଙ୍କ ପରିବାର ଏହାକୁ ସନ୍ଦେହଜନକ ମୃତ୍ୟୁ ବୋଲି ଦର୍ଶାଇ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ମୃତକଙ୍କ ମା’ କହିଛନ୍ତି ଯେ, ହଷ୍ଟେଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇ ଘଟଣାର ସଠିକ୍ ସତ୍ୟାସତ୍ୟ ଉନ୍ମୋଚନ କରାଯାଉ।
ଘଟଣା ଖବର ପାଇ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଉଦବେଗ ପ୍ରକାଶ ପାଇଥିବା ବେଳେ, ପରିବାର ଲୋକେ ନ୍ୟାୟ ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.