ରାଉରକେଲା : ଉଦ୍ଘାଟିତ ହେଲା ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ।ଅପରାଧ , କ୍ରାଉଡ୍ ମ୍ୟାନେଜମେଣ୍ଟ ରେ ବିଶେଷ ସହାୟକ ହେବ।
ରାଉରକେଲା : ୩୦/୧୦
(ସତ୍ୟାନ୍ୟୁଜ)
ଅପରାଧୀ ଙ୍କୁ ଏବେ ନିସ୍ତାର ନାହିଁ। ଅପରାଧ କରି ଆଉ ଖସି ଯାଇ ପାରିବେ ନାହିଁ। ସହର ଉପରେ ନଜର ରଖିବ ୮୭୦ ଟି ସିସିଟିଭି କ୍ୟାମେରା। ପୋଲିସ ସହର ମଧ୍ୟରେ ୨୨୦ ଟି ସିସିଟିଭି କ୍ୟାମେରା ଲଗାଇ ଥିବା ବେଳେ ପବ୍ଲିକ୍ ଙ୍କ ପକ୍ଷରୁ ୬୫୦ କ୍ୟାମେରା କୁ କଣ୍ଟ୍ରୋଲ ରୁମ୍ କୁ ଆସେସ୍ ଦିଆ ଯାଇଛି। ଆଜି ରାଉରକେଲା ପୋଲିସ ମୁଖ୍ୟାଳୟରେ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରଲ୍ ରୁମ୍ କୁ ଉଦ୍ଘାଟନ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସ ପି ନୀତେଶ ୱାଧୱାନି। ଏହି ନିୟନ୍ତ୍ରଣ କକ୍ଷରୁ ସାରା ସହର ଉପରେ ନଜର ରଖି ହେବ।
ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ଏକ ସେଣ୍ଟ୍ରାଲ ହବ୍ ଭାବେ କାମ କରିବ। ଏହା ତଥ୍ୟ , ଲାଇଭ୍ ମନିଟରିଂ ଏବଂ ବିଭିନ୍ନ ପୋଲିସ୍ ୟୁନିଟ ମଧ୍ୟରେ ସମ୍ୱନୟ ରକ୍ଷା କରିବ। ଏହି ସିଷ୍ଟମ୍ ରେ ଥିବା ପୂର୍ବାନୁମାନ ଯୋଗୁଁ ଅପରାଧ ପ୍ରବଣ ଅଞ୍ଚଳ ଚିହ୍ନଟ , ଯାନ ବାହନ ଟ୍ରାକିଂ ଏବଂ ଆଇନ୍ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି କୁହା ଯାଉଛି।