ରାଉରକେଲା : ଦିଲ୍ଲୀ ଚାଲାଣ ହେବାକୁ ଥିବା ବେଳେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଷ୍ଟେସନ୍ ରୁ ଜବତ।। ସ୍କୁଲ ବ୍ୟାଗ୍ ରେ ଚାଲାଣ ହେଉଥିଲା।
ରାଉରକେଲା : ୩୦/୧୦
(ସତ୍ୟାନ୍ୟୁଜ) ସ୍କୁଲ ବ୍ୟାଗ୍ ରେ ହେଉ ଥିଲା ଗଞ୍ଜେଇ ଚାଲାଣ। ତା ପୁଣି ରାଉରକେଲାରୁ ଦିଲ୍ଲୀ। ଏଥର ବେଆଇନ୍ ଗଞ୍ଜେଇ ଚାଲାଣକାରୀ ମାନେ ସିଧା ସଳଖ ଟ୍ରେନ୍ ରେ ଗଞ୍ଜେଇ ନେଇ ଯାଇ ନାହାନ୍ତି। ଗଞ୍ଜେଇ ଚାଲାଣ ପାଇଁ ରେଳବାଇ ପାର୍ଶଲ୍ ସେବାକୁ ମାଧ୍ୟମ କରିଛନ୍ତି। ଆଜି ଏହି ଗଞ୍ଜେଇ ଚାଲାଣ ହେବାକୁ ଥିବା ବେଳେ ସୂଚନା ପାଇ ରେଳବାଇ ପୋଲିସ ପାର୍ଶଲ୍ କାର୍ଯ୍ୟଳୟ ରେ ଚଢ଼ାଉ କରିଥିଲେ। ଚଢାଉ ରେ ୬୪ ଟି ପ୍ୟାକେଟ ରେ ଥିବା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛନ୍ତି। ଏହି ଗଞ୍ଜେଇ କୁ ପ୍ୟାକେଟ କରି ସ୍କୁଲ ବ୍ୟାଗ୍ ରେ ରଖା ଯାଇଥିଲା। ପରେ ବୋରା ରେ ରଖି ଉପରେ ନୂଆ ସ୍କୁଲ ବ୍ୟାଗ୍ ବିଛାଇ ଦିଆ ଯାଇଥିଲା। ବୁକିଂ ରେ ସ୍କୁଲ ବ୍ୟାଗ୍ ଯାଉଥିବା ଦର୍ଶା ଯାଇଥିଲା। ତେବେ ଏହି ଘଟଣାରେ ପାର୍ଶଲ୍ କାର୍ଯ୍ୟଳୟ ର କୌଣସି କର୍ମଚାରୀ ଙ୍କ ହାତ ଅଛିକି ନାହିଁ ତାର ତଦନ୍ତ ଚାଲିଛି।