ବଣାଇ : ଘନ ଘନ ଚୋରି ଏବଂ ଡକାୟତି ଉପରେ ଅଙ୍କୁଶ ଲଗାଇବା ଦାବି।। ଉପଜିଲ୍ଲାପାଳଙ୍କୁ ଭେଟିଲେ ବଣିକ ସଂଘ।

0 242

ବଣାଇ : ୩୦/୧୦(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘନ ଘନ ଚୋରି, ସଶସ୍ତ୍ର ଡକାୟତି ହେଉ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସୁରକ୍ଷା ମନୋଭାବ ଦେଖା ଦେଇଛି। ଚୋରି , ଡକାୟତି ଘଟଣାରେ ପୋଲିସ କୁ ଏପର୍ଯ୍ୟନ୍ତ ସେପରି ସଫଳତା ମିଳି ନାହିଁ। ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ବଣାଇ ବଣିକ ସଙ୍ଘ ପକ୍ଷରୁ ବଣାଇ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରା ଯାଇଥିଲା। ବଣାଇ ଉପଜିଲ୍ଲାପାଳଙ୍କୁ ମଧ୍ୟ ବଣିକ ସଂଘ ପକ୍ଷରୁ ସ୍ମାରକପତ୍ର ଦିଆ ଯାଇଛି।
କିଛି ଦିନ ତଳେ ବଣାଇ ମୁଖ୍ୟ ରାସ୍ତା ରେ ଥିବା କେତେକ ଦୋକାନ ତାଲା ଭାଙ୍ଗି ଚୋରି, ଦରେଇକଲା, ବାବୁ ନୂଆଗାଁ, ନରେନ୍ଦ୍ର ସମେତ ବିଭିନ୍ନ ସ୍ଥାନରେ ଦୋକାନ ରୁ ଚୋରି ଲୋକଙ୍କ ନିଦ ହଜାଇ ଦେଇଛି। ଗତ ୨୬ ତାରିଖରେ ଥାନା ପାଖରୁ ମାତ୍ର ଅଧା କିଲୋମିଟର ଦୂରରେ ଥିବା ଜଣେ ବ୍ୟବସାୟୀ ଘରେ ପଶି ବନ୍ଧୁକ ମୁନରେ ଡକାୟତ ମାନେ କୋଟିଏ ତାଙ୍କର ସମ୍ପତ୍ତି ଲୁଟି ନେଇ ଥିଲେ। ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖିବାକୁ ପ୍ରଶାସନ ନିକଟରେ ଦାବି କରା ଯାଇଛି।

Leave A Reply

Your email address will not be published.