ରାଉରକେଲା : ରେଳ ବିଭାଗର ତ୍ୱରିତ ପଦକ୍ଷେପ କୁ ସବୁ ମହଲରେ ପ୍ରଶଂସା।। ଦୁର୍ଘଟଣା ଯୋଗୁଁ ଲାଇନ୍ ଜାମ୍ ଥିବାରୁ ୮୦୦ ଯାତ୍ରୀଙ୍କୁ ବସ୍ ରେ ପଠାଇଲେ ରେଳ କର୍ତ୍ତୃପକ୍ଷ।

0 374

ରାଉରକେଲା:୩୦/୧୦
(ସତ୍ୟାନ୍ୟୁଜ) ଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏବେ ରେଳବାଇ ବେଶ୍ ତତ୍ପର ଥିବା ପରିଲକ୍ଷିତ ହେଉଛି। ବୁଧବାର ଦିନ ରାଉରକେଲା – ହାଟିଆ ରେଳ ମାର୍ଗ ର କରନୁଆଁ ଷ୍ଟେସନ୍ ନିକଟରେ ଏକ ମାଲଗାଡ଼ି ର ୧୪ ଟି ବଗି ଲାଇନ୍ ଚ୍ୟୁତ ହୋଇ ଯାଇଥିଲା। ରାଞ୍ଚି ରୁଟ୍ ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ପୁରୀ – ହାଟିଆ ତପସ୍ୱିନୀ ଏକ୍ସପ୍ରେସ ଟାଟି ନିକଟରେ ଅଟକି ରହି ଥିଲା। ଯାତ୍ରୀ ମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ କୌଣସି ବ୍ୟବସ୍ଥା ନଥିବାରୁ ଟ୍ରେନ୍ କୁ ରାଉରକେଲା ଷ୍ଟେସନ୍ ଫେରାଇ ଅଣା ଯାଇଥିଲା। ଅପରାହ୍ନ ପ୍ରାୟ ୫ ଟା ବେଳେ ତପସ୍ୱିନୀ ଏକ୍ସପ୍ରେସ ରାଉରକେଲା ରେ ପହଞ୍ଚିବା ପରେ ଯାତ୍ରୀ ମାନଙ୍କୁ ବସ୍ ରେ ହଟିଆ ପହଞ୍ଚାଇବାକୁ ରେଳ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା। ସନ୍ଧ୍ୟା ପ୍ରାୟ ୬ ଟା ବେଳେ ୧୮ ଟି ବସ୍ ରେ ପ୍ରାୟ ୮୦୦ ଯାତ୍ରୀଙ୍କୁ ଷ୍ଟେସନ୍ ର ଦୁତିୟ ପ୍ରବେଶ ପଥ ନିକଟରୁ ହଟିଆ ପଠା ଯାଇଥିଲା। ଯାତ୍ରୀ ମାନଙ୍କୁ ରେଳ କର୍ମଚାରୀ ଏବଂ ଆରପିଏଫ୍ ଯବାନ ମାନେ ଷ୍ଟେସନ୍ ର ଦୁତୀୟ ପ୍ରବେଶ ପଥ ନିକଟରେ ପହଞ୍ଚାଇବା ର ସମସ୍ତ ବ୍ୟବସ୍ଥା କରିଥିଲେ। ରେଳ ବିଭାଗ ପକ୍ଷ ରୁ ନିଆ ଯାଇଥିବା ଏହି ତ୍ୱରିତ ପଦକ୍ଷେପ କୁ ଯାତ୍ରୀଙ୍କ ସହ ସବୁ ମହଲରେ ପ୍ରଶଂସା କରା ଯାଉଛି।

Leave A Reply

Your email address will not be published.