ରାଉରକେଲା:୨୯/୧୦
(ସତ୍ୟା ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଲହୁଣୀ ପଡା ଥାନା ପୋଲିସ୍ ବିପୁଳ ପରିମାଣର ଚୋରି ହୋଇଥିବା ତମ୍ବା ତାର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି। ଏହା ସହ ପୋଲିସ୍ ଏକ ପିକଅପ୍ ଭ୍ୟାନ ମଧ୍ୟ ଜବତ୍ କରିଛି। ଏକ ସାମ୍ବାଦିକ ସମିଳନୀ ରେ ଏହି ସୂଚନା ଦେଇ ଛନ୍ତି ବଣାଇ ଏସଡିପିଓ ରାମଚନ୍ଦ୍ର ବିଶ୍ୱାଳ। ପ୍ରାୟ ମାସେ ତଳେ ଲହୁଣୀପଡା ଥାନା ଅନ୍ତର୍ଗତ ବଡଘାଟ ଟାଟା ପାୱାର ଟ୍ରାନ୍ସଫର୍ମର ରୁ ତମ୍ବା ତାର କାଟି ଦୁର୍ବୃତ୍ତ ମାନେ ନେଇ ଯାଇଥିଲେ। ଲହୁଣୀ ପଡ଼ା ପୋଲିସ ର ଏକ ଟିମ୍ ଜଲଦା, ନାଲା ରୋଡ଼, ଦେଓ ଗାଁ, ଅଂଚଳ ରେ ଚଢ଼ାଉ କରି ୪ ଜଣ ଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ତମ୍ବା ତାର ଜବତ କରିଥିବା ଏସଡିପିଓ ସୂଚନା ଦେଇ ଛନ୍ତି ।