ବାଲେଶ୍ଵର:୨୯/୧୯(ସତ୍ୟାନ୍ୟୁଜ) ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ତନଖି ଫାଟକ ନିକଟରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ କୁ ପଛପଟୁ ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି। ସୁଚନା ଅନୁଯାୟୀ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଏକ ଧାନ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱର ରୁ କଲିକତା ଅଭିମୁଖେ ଯାଉଥିବା ଡଲଫିନ ନାମକ ଏକ ଘରୋଇ ବସ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସର ଆଗ କ୍ୟାବିନ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି। ଘଟଣା ସ୍ଥଳରେ ବସ୍ ହେଲପର ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଡ଼ାକ୍ତରଖାନାରେ ଡ୍ରାଇଭର ଙ୍କ ମୃତ୍ୟୁ ହୋଇ ଯାଇ ଥିବା ସୂଚନା ମିଳିଛି। ବସ୍ ରେ ୫୦ ରୁ ଉର୍ଦ୍ଧ ଯାତ୍ରୀ ଥିବା କୁହା ଯାଉଛି।