ରାଉରକେଲା : ବଣାଇ ଥାନା ଅଞ୍ଚଳରେ ଚୋରି ଡକାୟତି ରେ ବୃଦ୍ଧି।। ବନ୍ଧୁକ ମୁନରେ ରବିବାର ଡକାୟତି ପରେ ସୋମବାର କବାଟ ଭାଙ୍ଗି ଚୋରି।
ରାଉରକେଲା : ୨୯/୧୦ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଚୋରି , ଡକାୟତି ସହ ବିଭିନ୍ନ ଅପରାଧ ବଢ଼ି ବଢ଼ି ଚାଲିଛି। ରବିବାର ଡକାୟତି ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ସୋମବାର ଘର କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଇଛନ୍ତି ନଗଦ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା। ରବିବାର ରାତିରେ ବଣାଇ ଟାଉନ୍ ରେ ଡକାୟତ ମାନେ ବନ୍ଧୁକ ମୁନରେ ଏକ କୋଟି ରୁ ଉର୍ଦ୍ଧ୍ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ। ପରେ ପରେ ପୁଣି ସୋମବାର ଦିନ ଘରେ କେହି ନଥିବା ବେଳେ
ବାବୁ ନୂଆଗାଁ ନିକଟରେ ନିକୁଞ୍ଜ ବେହେରାଙ୍କ ଘର କବାଟ ଭାଙ୍ଗି ଡକାୟତ ମାନେ ଲୁଟି ନେଇଛନ୍ତି ନଗଦ ଟଙ୍କା ସହ ସୁନା ଗହଣା। ବଣାଇ ଅଂଚଳରେ ଗତ କିଛି ଦିନ ହେଲା ଚୋରି , ଡକାୟତି ବଢ଼ି ଯାଇଥିବାରୁ ଲୋକମାନେ ଆତଙ୍କିତ ଅଛନ୍ତି। ଏହି ଦୁଇଟି ଘଟଣାରେ ପୋଲିସ ଡକାୟତ ମାନଙ୍କୁ ଏପର୍ଯ୍ୟନ୍ତ ଧରି ପାରି ନାହିଁ। ରାଉରକେଲା ଏସପି ନୀତେଶ
ୱାଧୱାନି ବଣାଇ ରେ ପହଞ୍ଚି ଡକାୟତି ଘଟଣାର ଯାଞ୍ଚ କରିଛନ୍ତି। କେତେ ଜଣଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଜାରୀ ରଖିଛନ୍ତି