ରାଉରକେଲା : ଡିସେମ୍ବର ମାସରେ ଲୋକାର୍ପଣ ହେବ ଟ୍ରାଇବାଲ୍ ମ୍ୟୁଜିଅମ୍।। ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରିବେ ଉଦ୍ଘାଟନ।
ରାଉରକେଲା:୨୮/୧୦
(ସତ୍ୟାନ୍ୟୁଜ) ଆସନ୍ତା ଡ଼ିସେମ୍ବର ମାସରେ ରାଉରକେଲା ରେ ଲୋକାର୍ପଣ ହେବ ବହୁ ପ୍ରତିକ୍ଷୀତ ଟ୍ରାଇବାଲ୍ ମ୍ୟୁଜିଅମ୍। ଏହି ପ୍ରକଳ୍ପ କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଭୁବନେଶ୍ୱର ପରେ ରାଉରକେଲାରେ ଏହି ଜନ ଜାତି ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାୟ ୧୦୦ କୋଟି ଟଙ୍କା ଅର୍ଥ ବିନିମୟରେ ରାଉରକେଲା ୱାନ୍ ପରିସରରେ ଏହି ସଂଗ୍ରହାଳୟ ର ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଜନଜାତି ସଂଗ୍ରହାଳୟ ସ୍ଥାନ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ତିନି ମହଲା ବିଶିଷ୍ଟ ଏହି ସଂଗ୍ରହାଳୟରେ ଜନଜାତି ସମ୍ପର୍କିତ ବହୁ ଶିଳା ଲିପି , ପାରମ୍ପରିକ ପୋଷାକ , ଆଭୂଷଣ ସହ ସେମାନଙ୍କ ଜୀବନ ଶୈଳୀ ର ଉପସ୍ଥାପନା କରା ଯାଉଛି। ଏହାର ନିର୍ମାଣ କାମ ଦାୟିତ୍ଵ ନେଇଛି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ।