ରାଉରକେଲା : ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ।। ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ବ।

0 14

ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ମହତାବ ରୋଡ଼ ଓ ଓରାମପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଵଚ୍ଛତା, ପରିମଳ ସେବା, ରାସ୍ତା ଘାଟ, ଡ୍ରେନ୍, ଜବରଦଖଲ ଆଦି ସମସ୍ୟାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଭାବେ ଭାବ ବିନିମୟ କରିବା ଅବସରରେ ସେମାନଙ୍କ ଠାରୁ ତୃଣମୂଳ ସ୍ତରରେ ଥିବା ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

ସ୍ଵଚ୍ଛତା ଏକ ସାମୁହିକ ଦାୟିତ୍ଵ ହୋଇଥିବା ବେଳେ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ ପ୍ରାଥମିକ ସ୍ତରରୁ ହିଁ ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା କରି ସଫେଇ ଗାଡ଼ିକୁ ଦେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟକୁ ରାସ୍ତାରେ ଜମା କରୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ସେ ଅଧିକାରୀଙ୍କୁ କହିଥିଲେ।

Leave A Reply

Your email address will not be published.