ରାଉରକେଲା : ଆଜି ପୁଣି ଅବସ୍ଥାପିତ କରାଗଲା ଆଉ ଏକ ସିଆରପିଏଫ୍ କ୍ୟାମ୍ପ।। ସୀମାନ୍ତରେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି।
ରାଉରକେଲା:୨୮/୧୦
(ସତ୍ୟାନ୍ୟୁଜ) ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ରେ ଏବେ ମାଓବାଦୀ ଗତିବିଧି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସୀମାନ୍ତରେ ରାଉରକେଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଉରକେଲା ପୋଲିସ୍ ଜିଲ୍ଲାର ତିନୋଟି ଥାନା ଅଞ୍ଚଳରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରା ଗଲାଣି। ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଏବଂ ମାଓବାଦୀ ଗତି ବିଧି ଉପରେ ଅଙ୍କୁଶ ଲଗାଇବା ଦିଗରେ ଏହି କ୍ୟାମ୍ପ ସହାୟକ ହେବା ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି। ଆଜି ଲାଠିକଟା ଥାନା ଅନ୍ତର୍ଗତ ରାମଯୋଡ଼ି ଅଞ୍ଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ଏବଂ ରାଉରକେଲା ଏସପି ଏହି କ୍ୟାମ୍ପ ରେ ପହଞ୍ଚି ସ୍ଥାନୀୟ ଲୋକ ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ୨୦୧୩ ପରେ ରାଉରକେଲା ସୀମାନ୍ତରେ ମାଓବାଦୀ ଗତି ବିଧି କମି ଯାଇଥିଲା। ଫଳରେ ପର୍ଯ୍ୟାୟ କ୍ରମେ ଏଠାରୁ ସିଆରପିଏଫ୍ କ୍ୟାମ୍ପ ଉଠାଇ ନିଆ ଯାଇ ଥିଲା। ଏବେ ନକ୍ସଲ ଗତିବିଧି ବୃଦ୍ଧି ପାଇଥିବାରୁ ସିଆରପିଏଫ୍ ବାଟାଲିଅନ କୁ ପୁଣି ଅବସ୍ଥାପିତ କରା ଯାଇଛି। ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସୀମାନ୍ତ ଏରିଆ ଲୋକଙ୍କ ସହ ସୁସମ୍ପର୍କ ରଖିବାକୁ ଏହି କ୍ୟାମ୍ପ ସହାୟକ ହେବ ବୋଲି ରାଉରକେଲା ଏସପି ନୀତେଶ
ୱାଧୱାନି କହିଛନ୍ତି।