ରାଉରକେଲା : ସିଭିଲ ଟାଉନସିପ ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଉପରେ ପୋଲିସ୍ ଚଢାଉ।। ଦୁଇ ଯୁବତୀ ଉଦ୍ଧାର।। ଜଣେ ମହିଳାଙ୍କ ସହ ୩ ଗିରଫ।
ରାଉରକେଲା:୨୭/୧୦
(ସତ୍ୟାନ୍ୟୁଜ) ବାହାରେ ଲାଗିଥିଲା ଚାଓମିନ୍ ଡିଲରସିପ୍ ବୋର୍ଡ। କିନ୍ତୁ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ। ଦିନେ ନୁହେଁ କି ମାସେ ନୁହେଁ , ବର୍ଷ ବର୍ଷ ଧରି ରାଉରକେଲାର ସମ୍ଭ୍ରାନ୍ତ ଏରିଆ
ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଚାଲିଥିଲା ଏହି ସେକ୍ସ ରାକେଟ। ଖବର ପାଇ ରଘୁନାଥପାଲି ପୋଲିସ୍ ଚଢାଉ କରି ସେହି ଅଞ୍ଚଳର ଟ୍ରିପଲ୍ ୟୁ ଘରୁ ୩ ଜଣ ଯୁବତୀ ଙ୍କୁ ଉଦ୍ଧାର କରି ଥିଲେ। ଏହା ସହ ସେକ୍ସ ରାକେଟ ର ସଂଚାଳକ ମୁକେଶ ଗୁପ୍ତା ଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଉଦ୍ଧାର ଯୁବତୀ ଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରୁ ଝିଅ ଆଣି ଦେହ ବ୍ୟବସାୟରେ ଲିପ୍ତ କରାଉ ଥିବା ସୂଚନା ମିଳିବା ପରେ ପୋଲିସ ଉକ୍ତ ଯୁବତୀଙ୍କୁ ମଧ୍ୟ ଗିରଫ କରିଛନ୍ତି। ସିଭିଲ ଟାଉନ୍ ସିପ ର ଏହି ଘରୁ ପୋଲିସ୍ ବିଭିନ୍ନ ଆପତ୍ତି ଜଣଙ୍କ ସାମଗ୍ରୀ ସହ ଏକ ଡାଏରୀ ଜବତ କରିଛନ୍ତି । ଡାଏରୀ ରେ ସହରର ବହୁ ସମ୍ଭ୍ରାନ୍ତ ଲୋକଙ୍କ ନାଁ ଥିବା ଜଣା ପଡିଛି। ଏ ବାବଦରେ ପୋଲିସ ର ଅଧିକ ତଦନ୍ତ ଜାରି
ରଖିଛି ।