ବଣାଇ : ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି।। ମା , ଝିଅଙ୍କୁ ବାନ୍ଧି ଲୁଟି ନେଲେ ଗହଣା ଏବଂ ନଗଦ ୨୦ ଲକ୍ଷ ଟଙ୍କା।

0 1,158

ବଣାଇ : ୨୭/୧୦(ସତ୍ୟାନ୍ୟୁଜ) ବଣାଇ ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟି ଯାଇଛି ଏକ ଭୀଷଣ ଡକାୟତି। ମା , ଝିଅ ଙ୍କ ହାତ ଗୋଡ ବାନ୍ଧି ଡକାୟତ ମାନେ ଲୁଟି ନେଲେ ନଗଦ ୨୦ ଲକ୍ଷ ଟଙ୍କା ସହ ଏକ କୋଟି ଟଙ୍କାର ସୁନା ଗହଣା। ଏପରିକି ବନ୍ଧୁକ ମୁନରେ ଝିଅ କୁ ଦୁଷ୍କର୍ମ କରିବାର ଧମକ ଦେଇ ଲୁଟି ନେଲେ ସମସ୍ତ ସମ୍ପତ୍ତି ।
ଏହି ଡକାୟତି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟାଉନ୍ ରେ ଥିବା ଅଶ୍ଵିନୀ ଇଲେକ୍ଟ୍ରିକ୍ ଦୋକାନ ମାଲିକଙ୍କ ଘରେ। ରବିବାର ରାତି ପ୍ରାୟ ସାଢେ଼ ୧୨ଟା ସମୟରେ ହାତରେ ପିସ୍ତଲ୍ ଧରି ୫ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶି ଯାଇଥିଲେ। ବନ୍ଧୁକ ମୁନରେ ଦୋକାନର କର୍ମଚାରୀଙ୍କୁ ଧମକ ଦେଇ ଘର ଖୋଲା କରାଇଥିଲେ। ପରେ ଉପର ମହଲା ରେ ରହୁଥିବା ଘର ମାଲିକାଣୀ ଏବଂ ତାଙ୍କ ଝିଅ କୁ କାବୁ କରି ବାନ୍ଧି ପକାଇଥିଲେ । ପ୍ରାୟ ୩ ଘଣ୍ଟା ଧରି ଲୁଟ୍ ପାଟ୍ କରିବା ପରେ ଘରେ ଥିବା ସମସ୍ତ ନଗଦ ଟଙ୍କା ଏବଂ ଗହଣା ଲୁଟି ନେଇ ଡକାୟତ ମାନେ ପଳାଇ ଥିଲେ। ସମସ୍ତ ଡକାୟତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଏହି ଘଟଣା ବଣାଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.