ରାଉରକେଲା : ଇଲେକ୍ଟ୍ରିକ୍ ସ୍କୁଟି ଠକି ବିକ୍ରି କରି ଦେଉଥିବା ଠକ କୁ ଗିରଫ କରିଛି ୩ ନମ୍ୱର୍ ସେକ୍ଟର ଥାନା ପୋଲିସ୍।। ୪ ସ୍କୁଟି ଜବତ।

0 182

ରାଉରକେଲା : ୨୬/୧୦
(ସତ୍ୟାନ୍ୟୁଜ) ଇଲେଟ୍ରିକ୍ ସ୍କୁଟି ମରାମତି କରିବା କୁ ନେଇ ଗ୍ରାହକ ଙ୍କୁ ଠକି ବିକ୍ରି କରି ଦେଉଥିବା ଏକ ଠକ କୁ ରାଉରକେଲା ୩ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଗିରଫ କରିଛି। ଗିରଫ ଯୁବକ ଅମନ୍ ଅଧିକାରୀ ନିକଟରୁ ପୋଲିସ୍ ୪ ଟି ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଛି। ଏହା ଛଡା ଏହି ସ୍କୁଟି କିଣି ଥିବା ଅଭିଯୋଗରେ ୪ ଜଣଙ୍କୁ ପଚରା ଉଚୁରା ପରେ ପୋଲିସ ନୋଟିସ ଦେଇ ଛାଡ଼ି ଦେଇଛି।
ସୂଚନା ଅନୁସାରେ ଅମନ ଅଧିକାରୀ ଏକ ସ୍କୁଟି କମ୍ପାନୀରେ କାମ କରୁଥିଲେ। ଏଥି ଯୋଗୁ ନୂତନ ସ୍କୁଟି କିଣିବାକୁ ଆସୁଥିବା ଗ୍ରାହକଙ୍କ ସହ ତାଙ୍କର ପରିଚୟ ରହିଥିଲା। ମାତ୍ର କିଛି ବର୍ଷ ସେଠାରେ କାମ କଲା ପରେ ସେଠାରୁ ସେ ଚାକିରି ଛାଡ଼ି ଦେଇଥିଲେ। କିଛିଦିନ ପରେ ରାଉରକେଲା ଏନ୍ ଆଇ ଟି ର ଜଣେ ଛାତ୍ର ତାଙ୍କୁ ସ୍କୁଟି ଖରାପ ହୋଇଛି ବୋଲି ଫୋନ୍ ରେ କହିଥିଲେ। ଅମନ ଏନଆଇଟି ଆସି ଉକ୍ତ ଛାତ୍ରଙ୍କ ଠାରୁ ମରାମତି ପାଇଁ ସ୍କୁଟି ନେଇଥିଲେ। କିନ୍ତୁ ସ୍କୁଟି
ନଫେରାଇ ଉଭାନ୍ ହୋଇ ଯାଇଥିଲେ। ଫଳରେ ଛାତ୍ର ଜଣଙ୍କ ୩ ନମ୍ୱର୍ ସେକ୍ଟର ଥାନାରେ ଏ ବାବଦରେ ଏତେଲା ଦେଇ ଥିଲେ। ପୋଲିସ ତଦନ୍ତ କରି ଅମନ ଙ୍କ ଠାରୁ ଠକି ନେଇ ଥିବା ସ୍କୁଟି ସହ ଆଉ ୩ ଟି ସ୍କୁଟି ଜବତ କରିଥିଲେ। ଏପରି ଠକ ଙ୍କ ଠାରୁ ସାବଧାନ ରହିବାକୁ ପୋଲିସ୍ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.