ରାଉରକେଲା : ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କଲେ ରାଉରକେଲା ବାଙ୍କୀ ରେଞ୍ଜ ବନ ବିଭାଗ।। ଦୁଇଟି ପିକଅପ୍ ଭ୍ୟାନ ଜବତ।

0 121

ରାଉରକେଲା : ୨୫/୧୦
(ସତ୍ୟା ନ୍ୟୁଜ) ଉପରେ ଥିଲା ଟମାଟୋ ଟ୍ରେ , ତଳେ ଥିଲା ମୂଲ୍ୟବାନ କାଠ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ଭୁବନେଶ୍ୱର ଏହି କାଠ ସ୍ଲିପର୍ ଦୁଇଟି ପିକ୍ ଅପ୍ ଭ୍ୟାନ ରେ ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ଙ୍କ ହାତରେ ଧରା ପଡିଛି। ଚୋରା ଚାଲାଣ ହେଉଥିବା ଏହି କାଠ ର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ଫରେଷ୍ଟ ଡିଭିଜନ ବାଙ୍କୀ ରେଞ୍ଜ ର ଅଧିକାରୀ ମାନେ ଏହି କାଠ ଧରିଛନ୍ତି। ୧୪୩ ନମ୍ୱର୍ ଜାତୀୟ ରାଜପଥ ବିରିତୋଳା ଏବଂ ଗୌଡୁଉଣୀ ପୋଷ ନିକଟରେ ଏହି ଦୁଇଟି ଗାଡ଼ିକୁ ବନ ବିଭାଗ ଜବତ କରିଥିବା ବେଳେ ଡ୍ରାଇଭର ଦୁଇଜଣ ଫେରାର ହୋଇ ଯାଇଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି

Leave A Reply

Your email address will not be published.