ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ କରାଗଲା ସାଇବର ଅପରାଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।। ସ୍କୁଲ ପିଲା କାର୍ଯ୍ୟକ୍ରମରେ ସାମିଲ ହେଲେ ।
ରାଉରକେଲା:୨୫/୧୦
(ସତ୍ୟାନ୍ୟୁଜ) ସାଇବର୍ କ୍ରାଇମ୍ ଏବେ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଏବେ ସାଇବର ଅପରାଧ ବୃଦ୍ଧି ପାଉଛି। ଅଧିକାଂଶ ଘଟଣା ଆର୍ଥିକ ଏବଂ ଡିଜିଟାଲ ଆରେଷ୍ଟ ଭଳି ଅପରାଧ ଅନ୍ତର୍ଭୁକ୍ତ। ଏହା ଛଡା ସାଇବର ଅପରାଧ ରେ ଏବେ ଯୋଡ଼ି ହୋଇ ଯାଇଛି ସେକ୍ସ ସମ୍ବନ୍ଧୀୟ
ଅପରାଧିକ ବ୍ଲାକମେଲିଂ। ଏହି ସବୁ ଅପରାଧରୁ ବଞ୍ଚିବା ପାଇଁ ଅକ୍ଟୋବର ୧୮ ତାରିଖରୁ ରାଜ୍ୟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଉରକେଲା ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ସିଭିକ୍ ସେଣ୍ଟର୍ ଠାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ , ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର , ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି, ଡି ଏଫ୍ ଓ ଜସବନ୍ତ ସେଠି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। ପ୍ରଥମ ଦିନରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଅପରାଧ ସୁରକ୍ଷା ସମ୍ପର୍କରେ ସଚେତନ କରା ଯାଇଥିଲା।