ରାଉରକେଲା : ଇଏସଆଇଡିସପେନ୍ସେରୀ ଏବେ ରୋଗୀଙ୍କୁ ବଡ଼ ହସ୍ପିଟାଲ୍ ରେଫର୍ କରି ପାରିବେ।। ସରକାର ନେଲେ ନିଷ୍ପତ୍ତି।। ନିଷ୍ପତ୍ତି କୁ ସ୍ଵାଗତ କଲା ସିଟୁ ଶ୍ରମିକ ସଂଗଠନ।
ରାଉରକେଲା:୨୫/୧୦
(ସତ୍ୟାନ୍ୟୁଜ) ଏବେ ଉତ୍ତମ ଚିକିତ୍ସା ପାଇଁ ବିଭିନ୍ନ ଇଏସଆଇ ଡିସପେନ୍ସରି ଶ୍ରମିକ କର୍ମଚାରୀ ମାନଙ୍କୁ ବଡ଼ ବଡ ଘରୋଇ ହସ୍ପିଟାଲ୍ କୁ ରେଫର୍ କରି ପାରିବେ। ପୂର୍ବରୁ ଏହି କ୍ଷମତା କେବଳ ଇଏସଆଇ ମଡେଲ ହସ୍ପିଟାଲ୍ ର ଥିଲା। ମାତ୍ର ଏବେ ରାଜ୍ୟ ସରକାର ଏହି କ୍ଷମତା ଡିସପେନ୍ସେରୀ ମାନଙ୍କୁ ପ୍ରଦାନ କରିଛନ୍ତି। ଏହା ଛଡା ମଡେଲ ହସ୍ପିଟାଲ୍ ପୂର୍ବବତ୍ ରାଜ୍ୟ ବାହାରର ବଡ ହସ୍ପିଟାଲ୍ ଗୁଡ଼ିକୁ ରୋଗୀଙ୍କୁ ରେଫର୍ କରି ପାରିବେ। ସରକାରଙ୍କ ଏହି ନିଷ୍ପତ୍ତି କୁ ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ମଜଦୂର ମଞ୍ଚ ପକ୍ଷରୁ ସ୍ବାଗତ କରା ଯିବା ସହ ଧନ୍ୟବାଦ୍ ଜ୍ଞାପନ କରା ଯାଇଛି। ଏହି ସୂଚନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ ଦେଇଛନ୍ତି।