ରାଉରକେଲା:୨୫/୧୦
(ସତ୍ୟାନ୍ୟୁଜ) ଆଜି ଠାରୁ ଆରମ୍ଭ ହେଉଛି ଚାରି ଦିବସୀୟ ଛଟ୍ ପର୍ବ। ଏହି ମହା ପର୍ବ କୁ ପାଳନ କରିବା ଲାଗି ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ପ୍ରଶାସନ ପକ୍ଷରୁ ଛଟ୍ ପୂଜା ପାଇଁ ବିଭିନ୍ନ ନଦୀ କୂଳରେ ସଫେଇ କାର୍ଯ୍ୟ ସରିଥିବା ବେଳେ ଏଥି ନେଇ ଆଜି ଠାରୁ ଘରେ ଘରେ ପୂଜା ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ବନ୍ଧମୁଣ୍ଡା ‘ ଡି ‘ କ୍ୟାବିନ୍ ସ୍ଥିତ ଜୟ ହିନ୍ଦ୍ କ୍ଳବ୍ ନିକଟରେ ଗତକାଲି ସନ୍ଧ୍ୟାରେ ବ୍ରତାଧାରୀ ଙ୍କ ମଧ୍ୟରେ ପୂଜା ସାମଗ୍ରୀ ବଣ୍ଟନ କରା ଯାଇଥିଲା। ରାଉରକେଲା ପୌର ପାଳିକା ର ପୂର୍ବତନ ନଗରପାଳ ନିହାର ରାୟ ବ୍ରତାଧାରି ମାନଙ୍କୁ ପୂଜା ସାମଗ୍ରୀ ପ୍ରଦାନ କରିଥିଲେ। ଦୀର୍ଘ ବର୍ଷ ହେଲା ଏହି ପୂଜା ସାମଗ୍ରୀ ବଣ୍ଟନ ପରମ୍ପରା ବଜାୟ ରହିଛି ବୋଲି ଶ୍ରୀ ରାୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରିଷ୍ଣା ସାହୁ , ପ୍ରମିଳା ସୁନା , ରାଜା ପଟ୍ଟନାୟକ , ମାଧୁରୀ ବର୍ମା , ସାଧନା ପଟ୍ଟନାୟକ, ମାମିନା ମହାନ୍ତି , ଅପର୍ଣ୍ଣା ଶ୍ରେଷ୍ଠ , କ୍ରିଷ୍ଣା ପ୍ରଜାପତି ପ୍ରମୁଖ ଉପସ୍ଥିତ ଥିଲେ।