ରାଉରକେଲା: ବ୍ରାହ୍ମଣୀର ବୁଡ଼ି ନିଖୋଜ ଯୁବକଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର।। ସତର୍କତା ମୂଳକ ବୋର୍ଡ ଲଗାଇବାକୁ ଦାବି।

0 90

ରାଉରକେଲା:୭/୬(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ନଦୀରେ ଗତକାଲି ଠାରୁ ପାଣିରେ ବୁଡି ନିଖୋଜ ଯୁବକ ମାନ ଗୋବିନ୍ଦ ପାତ୍ରଙ୍କ ମୃତ ଦେହ ୧୮ ଘଣ୍ଟା ପରେ ଆଜି ଉଦ୍ଧାର କରାଯାଇଛି। ଗତକାଲି ଅପରାହ୍ନରେ ମାନ ଗୋବିନ୍ଦ ତାଙ୍କର ଦୁଇ ସାଙ୍ଗଙ୍କ ସହ ରାଉରକେଲା ତରକେରା ଡ୍ୟାମ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇଥିଲେ। ସାଙ୍ଗ ମାନେ ସାହାଯ୍ୟ ପାଇଁ ପାଟି କରିବାରୁ ସ୍ଥାନୀୟ ଲୋକ ମାନଙ୍କ ଉଦ୍ୟମ ସ୍ୱତେ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଗତକାଲି ଫାୟାର ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ମାନ ଗୋବିନ୍ଦ ଙ୍କ କୌଣସି ସନ୍ଧାନ ପାଇ ପାରି ନଥିଲେ। ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହି ଥିଲା। ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାର ଦୁଇ ଘଣ୍ଟା।ପରେ ମାନ ଗୋବିନ୍ଦ ଙ୍କ ମୃତ ଦେହ ଉଦ୍ଧାର କରା ଯାଇ ପାରି ଥିଲା। ପ୍ରତିବର୍ଷ ଏହି ଡ୍ୟାମ ନିକଟରେ ନଦୀରେ ବୁଡ଼ି ଯୁବକ ମାନେ ମୃତ୍ୟୁ ବରଣ କରୁଥିବାରୁ ସେଠାରେ ସତର୍କତା ମୂଳକ ବୋର୍ଡ ଲଗାଇବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.