ରାଉରକେଲା : ଶନିବାର ଠାରୁ ଆରମ୍ଭ ହେଉଛି ଚାରି ଦିବସୀୟଛଟ୍ ପର୍ବ।। ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି

0 153

ରାଉରକେଲା:୨୪/୧୦
(ସତ୍ୟାନ୍ୟୁଜ) ଆସନ୍ତାକାଲି ଠାରୁ ଆରମ୍ଭ ହେବ ଚାରି ଦିବସୀୟ ଛଟ୍ ପର୍ବ। ବିହାର ପ୍ରଦେଶର ଏହି ମହାପର୍ବ କୁ ପାଳନ କରିବା ଲାଗି ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନଦୀ ଘାଟ ଏବଂ ଜଳାଶୟ ନିକଟରେ ଚାଲିଛି ସଫେଇ କାମ। ଚଳିତ ବର୍ଷ ଛଟ୍ ପର୍ବ ପାଳନ ପାଇଁ ଏକ କେନ୍ଦ୍ରୀୟ
ଛଟ୍ କମିଟି ଗଠନ କରାଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ରାହ୍ମଣୀ , କୋଏଲ ନଦୀ ଘାଟ ସହ ବିଭିନ୍ନ ଜଳାଶୟ ନିକଟରେ ପରିଷ୍କାର ପରିଚ୍ଛନ୍ନତା କରା ଯିବା ସହ ଆଲୋକ ବ୍ୟବସ୍ଥା କରା ଯାଇଛି। ଏହା ସହ ବଜାରରେ ଆଜି ଠାରୁ ଦୋକାନ ମାନଙ୍କରେ ଛଟ୍ ପର୍ବ ପାଇଁ ଆବଶ୍ୟକ ପଡ଼ୁଥିବା ପୂଜା ସାମଗ୍ରୀ ବିକ୍ରି ଆରମ୍ଭ ହୋଇ ଗଲାଣି।
ସୋମବାର ଦିନ ବିଭିନ୍ନ ନଦୀ ଘାଟ ଏବଂ ଜଳାଶୟ ନିକଟରେ
ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦିଆଯିବ। ମଙ୍ଗଳବାର ସକାଳେ ଉଦୟଗାମୀ ସୂର୍ଯ୍ୟ ଙ୍କୁ ଦ୍ଵିତୀୟ ଅର୍ଘ୍ୟ ଦିଆଯିବା ସହ ଛଟ୍ ପର୍ବର ସମାପନ ହେବ।

Leave A Reply

Your email address will not be published.