ରାଉରକେଲା : ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା କାମ କୁ ବିରୋଧ କରୁଛି ଶିଳ୍ପାଞ୍ଚଳ ମଜଦୂର ସଙ୍ଘ।। ଏହି ନିୟମ ଲାଗୁ ହେଲେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସମ୍ଭାବନା।

0 161

ରାଉରକେଲା:୨୩/୧୦
(ସତ୍ୟାନ୍ୟୁଜ) ବିଭିନ୍ନ କଳ କାରଖାନାରେ ଶ୍ରମିକ ମାନଙ୍କୁ ଦୈନିକ ୧୦ ଘଣ୍ଟା କାମ କରିବା ନିୟମ କୁ ଶ୍ରମିକ ସଂଗଠନ ମାନ ଙ୍କ ପକ୍ଷରୁ ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ମଜଦୂର ସଂଘ ପକ୍ଷରୁ ଆଜି ରାଉରକେଲା ଫ୍ୟାକ୍ଟ୍ରି ଇନ୍ସପେକ୍ଟର ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଗତକାଲି ସିମୁ ର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ ଙ୍କ ନେତୃତ୍ବ ଏହି ବିରୋଧ ପ୍ରଦର୍ଶନ ଶ୍ରମ କାର୍ଯ୍ୟଳୟ ସମ୍ମୁଖ ରେ କର ଯାଇଥିଲା। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ୧୪ ଦିନ ଧରି ଚାଲିବ।
ପୂର୍ବରୁ ୮ ଘଣ୍ଟା କାମ ହେଉ ଥିଲା। ଏହା ଉ କାମ କଲେ ଓଭର ଟାଇମ୍ ପାଇଁ ମଜୁରୀ ମିଳୁଥିଲା। ନୂଆ ନିୟମ ଲାଗୁ ହେଲେ ଓଭର ଟାଇମ୍ ବନ୍ଦ ହୋଇଯିବା ର ସମ୍ଭାବନା ରହିଛି।
ଏହାଛଡା ପୂର୍ବରୁ ଦିନକୁ ୮ ଘଣ୍ଟାରେ ୩ ଟି ସିଫ୍ଟ ରେ କାମ ହେଉଥିବା ବେଳେ ନୂଆ ଆଇନ୍ ବଳରେ କେବଳ ଦୁଇଟି ଶିଫ୍ଟ ହେବ। ଫଳରେ ବେକାରୀ ସମସ୍ୟା ବଢିବାର ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ।

Leave A Reply

Your email address will not be published.