ରାଉରକେଲା : ପୋଲିସ୍ ସହିଦ ଦିବସରେ ଅମର ଯବାନ ସହିଦ ସ୍ତମ୍ଭ ରେ ଦିଆ ଗଲା ଶ୍ରଦ୍ଧାଞ୍ଜଳି ।। ରକ୍ତଦାନ ଶିବିର ର ଆୟୋଜନ।
ରାଉରକେଲା:୨୧/୧୦
(ସତ୍ୟାନ୍ୟୁଜ) ରାଉରକେଲା ରିଜର୍ଭ ପୋଲିସ ପଡିଆରେ ୬୬ ତମ ପୋଲିସ ସହିଦ ଦିବସ ପାଳନ କରା ଯାଇଛି। ଏହି ଦିବସରେ ଅମର ଯବାନ ସହିଦ ଶୃତି ସ୍ତମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଦେଶ ପାଇଁ ବଳିଦାନ ଦେଇ ଥିବା ସହୀଦ ପୋଲିସ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଉରକେଲା ପୋଲିସ ଜିଲ୍ଲାର ଅଧିକାରୀ ମାନେ ଯୋଗ ଦେବା ସହ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ପରୀପ୍ରେକ୍ଷୀରେ ରାଉରକେଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜନ କରାଯାଇ ଥିଲା। ଏହି ଶିବିରକୁ ରାଉରକେଲା ଏସପି ନୀତେଶ ୱାଧୱାନି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଭିନ୍ନ ହସ୍ପିଟାଲ୍ ରେ ରକ୍ତ ଅଭାବ ପରିଲକ୍ଷିତ ହେଉଥିବା ତଥା ଆବଶ୍ୟକତା ଦୃଷ୍ଟି ରେ ରଖି ପ୍ରତ୍ୟେକ ଥାନା , ଫାଣ୍ଡି , ଏସ ପି ଅଫିସ୍ ଏବଂ ଅନ୍ୟ ସ୍ଥାନ ମାନଙ୍କରେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଏସପି କହିଛନ୍ତି। ଏହି ମହତ୍ କାର୍ଯ୍ୟକ୍ରମରେ ବହୁ ମହିଳା ଏବଂ ପୁରୁଷ ପୋଲିସ୍ ଅଧିକାରୀ ରକ୍ତଦାନ କରିଥିଲେ