ରାଉରକେଲା: ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ଟ୍ରେଲର ଓଲଟି ଡ୍ରାଇଭର ମୃତ।। ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରିତୋଳା ନିକଟରେ ଦୁର୍ଘଟଣା।
ରାଉରକେଲା:୨୦/୧୦
(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟରେ ଆଜି ଘଟି ଯାଇଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ହଠାତ୍ ନିୟନ୍ତ୍ରଣ ହାରାଇ ଡିଭାଇଡର ରେ ପିଟି ହୋଇ ଓଲଟି ପଡ଼ିଥିଲା। ଧକ୍କା ଫଳରେ ଟ୍ରେଲରର ଆଗ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିଲା।
ଘଟଣାସ୍ଥଳରେ ଟ୍ରେଲର ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ସୂଚନା ପାଇ ଚାନ୍ଦିପୋଷ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡିକାଲ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ରାସ୍ତା କ୍ଲିଅର୍ କରିଛନ୍ତି।