ରାଉରକେଲା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆରପିଏଫ୍ ଯବାନ।। ଯବାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସିବିଆଇ।

0 226

ରାଉରକେଲା:୧୦/୧୦(ସତ୍ୟାନ୍ୟୁଜ
ଗତକାଲି ରାଉରକେଲା ଆରପିଏଫ୍ ଟିମ୍ ଦୁଇ ଜଣ ଭେଟରାନ ଅପରାଧୀଙ୍କୁ ଗିରଫ କରି ପ୍ରଶଂସା ପାଇଥିବା ବେଳେ ଆଜି ଜଣେ
ଆରପିଏଫ୍ ଯବାନ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଗିରଫ ଯବାନ ବନ୍ଧମୁଣ୍ଡା ଆରପିଏଫ୍ ପୋଷ୍ଟ ରେ କାର୍ଯ୍ୟରତ ଥିଲେ। ଜଣେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସକାଳେ ବିର୍ସା ମୁଣ୍ଡା ଛକ ନିକଟରେ ସିବିଆଇ ଟିମ୍ ତାଙ୍କୁ ମାଡ଼ି ବସି ଥିଲେ।

ଗତ କିଛି ମାସ ମଧ୍ୟରେ ସିବିଆଇ ଟିମ୍ ଦ୍ୱାରା ବନ୍ଧମୁଣ୍ଡା–ରାଉରକେଲା ସେକ୍ସନରେ ଏହା ତୃତୀୟ ଚଢାଉ।

ସୂଚନା ଅନୁସାରେ ବନ୍ଧମୁଣ୍ଡା ରେଳୱେ କଲୋନୀରେ ପ୍ଲାଷ୍ଟିକ ଓ ସିସା ବୋତଲ ସହ ବିଭିନ୍ନ ପ୍ରକାର ବର୍ଜ୍ୟ ସାମଗ୍ରୀ ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ପ୍ରତିମାସ ୧୫ ହଜାର ଟଙ୍କା ଲାଞ୍ଚ ଦେବାକୁ ଉକ୍ତ ଯବାନ ଚାପ ପକାଉ ଥିଲେ।

ଶୁକ୍ରବାର ସକାଳ ସାଢେ଼ ୯ଟାରେ ବିସ୍ରା ଛକରେ ସେହି ମହିଳା ଯବାନ ଟଙ୍କା ଦେବା ସମୟରେ, ସିବିଆଇ ପୂର୍ବରୁ ବିଛାଇଥିବା ଜାଲରେ ସେ ଧରା ପଡ଼ିଥିଲେ। କେମିକାଲ ମିଶା ନୋଟ ସହ ସିବିଆଇ ଟିମ୍ ଉକ୍ତ ଯବାନ ଙ୍କୁ ଧରିବା ପରେ ଗିରଫ କରିଥିଲେ।

ଗିରଫ ପରେ ତାଙ୍କୁ ରାଉରକେଲା ସିବିଆଇ କାର୍ଯ୍ୟାଳୟକୁ ନେଇଯାଇ ପଚରା ଉଚୁରା କରା ଯାଉଛି। ଏହି ଘଟଣାରେ ଆଉ କିଏ ସଂଶ୍ଳିଷ୍ଟ ଅଛନ୍ତି କି ନାହିଁ ତାର ତଦନ୍ତ ସିବିଆଇ କରୁଛି।

Leave A Reply

Your email address will not be published.