ରାଉରକେଲା : ସେକ୍ଟର ଅଞ୍ଚଳରେ ଥିବା ପୂଜା ପେଣ୍ଡାଲ ରୁ ପ୍ଲାଷ୍ଟିକ ସଫା କରିବାକୁ ଏଡିଏମ୍ ନେଲେ ପଦକ୍ଷେପ।। ସହର ପ୍ରଶାସନ ସିଜିଏମ୍ ଙ୍କୁ ଲେଖିଲେ ଚିଠି।
ରାଉରକେଲା:୯/୧୦(ସତ୍ୟାନ୍ୟୁଜ) ଦୂର୍ଗା ପୂଜା ସରି ଯାଇଛି। ମାତ୍ର ପୂଜା ହେଉଥିବା ପଡିଆରେ ପଡ଼ି ରହିଛି ଟନ୍ ଟନ୍ ଆବର୍ଜନା , ପଲିଥିନ୍ ଏବଂ ପ୍ଲାଷ୍ଟିକ। ଏହା ଏକ ସର୍ବସାଧାରଣ ସ୍ବାସ୍ଥ୍ୟ ରକ୍ଷା ପ୍ରସଙ୍ଗ ହୋଇ ଥିବାରୁ ପଡିଆକୁ ସଫା କରିବାକୁ ପଦକ୍ଷେପ ନେବାକୁ ରାଉରକେଲା ଏଡିଏମ୍ ଦିନା ଦସ୍ତଗିର୍ ରାଉରକେଲା ଇସ୍ପାତ କାରଖାନା ସହର ପ୍ରଶାସନ ସେବା ବିଭାଗ ସିଜିଏମ୍ ଙ୍କୁ ପତ୍ର ଲେଖିଛନ୍ତି। ବିଭିନ୍ନ ସୂତ୍ରରୁ ଅଭିଯୋଗ ପାଇବା ପରେ ଏଡିଏମ୍ ଜନସାଧାରଣଙ୍କ ସ୍ବାସ୍ଥ୍ୟ ର ସୁରକ୍ଷା ପାଇଁ ସେକ୍ଟର ଅଞ୍ଚଳ ର ସମସ୍ତ ପୂଜା ପେଣ୍ଡାଲ୍ ରେ ସଫେଇ କାମକୁ ତ୍ବରାନ୍ବିତ କରିବାକୁ ସିଜିଏମ୍ ଙ୍କୁ ନିବେଦନ କରିଛନ୍ତି