ରାଉରକେଲା: ରେଳ ଷ୍ଟେସନ ରୁ ଦୁଇ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ୍ ଗିରଫ।। ଗିରଫ ଦ୍ବୟ ପୂର୍ବରୁ ନକ୍ସଲ ସଂଗଠନ ସହ ଜଡ଼ିତ ଥିଲେ।। ଅଧିକ ତଦନ୍ତ ଜାରୀ।

0 353

ରାଉରକେଲା:୯/୧୦(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଆଜି ଦୁଇଜଣ ୱାଣ୍ଟେଡ୍ ଅପରାଧୀ ଙ୍କୁ ରେଳ ସୁରକ୍ଷା ବଳ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଅପରାଧୀ ମାନଙ୍କର କୌଣସି ସନ୍ତ୍ରାସବାଦୀ ସଂଗଠନ କିମ୍ବା ନକ୍ସଲ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହ କରା ଯାଉଛି। ସେମାନଙ୍କ ନିକଟରୁ କେତେକ ସନ୍ଦେହ ଜନକ କାଗଜ ପତ୍ର ଜବତ କରା ଯାଇଛି। ଗିରଫ ଅପରାଧୀ ମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡ଼ିଛି। ଦୁଇ ଅଭିଯୁକ୍ତ ଟ୍ରେନ ଯୋଗେ ଧାନବାଦରୁ ଝାରସୁଗଡା ପଟେ ଯାଉ ଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ଆରପିଏଫ ସେମାନଙ୍କୁ ଟ୍ରେନ କୋଚ୍ ରୁ ଓହ୍ଲାଇ ରାଉକେଲା ଆରପିଏଫ ପୋଷ୍ଟ ରେ ରଖି ପଚରା ଉଚୁରା କରିଥିଲେ। ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ପହଞ୍ଚି ଅପରାଧୀ ମାନଙ୍କ ରେକର୍ଡ ଯାଞ୍ଚ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚାନ୍ଦୱା ଥାନା ଅଞ୍ଚଳରେ ଏକ ଗୁଳି କାଣ୍ଡରେ ସଂପୃକ୍ତ ଥିବା ଜଣା ପଡ଼ିଛି। ଦୁଇ ଅପରାଧୀ ଉପେନ୍ଦ୍ର ଯାଦବ ଏବଂ ଅବଧେଶ ଯାଦବ ଙ୍କୁ ଝାଡ଼ଖଣ୍ଡ ପୋଲିସ୍ ଙ୍କୁ ହସ୍ତାନ୍ତର କରା ଯାଇଛି।

Leave A Reply

Your email address will not be published.