ବଣାଇ: ସର୍ପ ଦଂଶନ ରେ ୪ ଗୁରୁତର।। ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର।

0 182

ରାଉରକେଲା:୨୩/୫(ସତ୍ୟାନ୍ୟୁଜ) ଏବେ ବଢ଼ି ଯାଇଛି ସର୍ପ ଦଂଶନ ମାମଲା। ଗତକାଲି ରାତିରେ ସାପ କାମୁଡ଼ାରେ ୪ ଜଣ ଗୁରୁତର ହେବା ପରେ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ପ୍ରବଳ ଗରମ ହେଉ ଥିବାରୁ ସନ୍ଧ୍ୟାରେ ସାପ ଗାତରୁ ବାହାରି ଆସୁଛନ୍ତି। ଫଳରେ ସର୍ପ ଦଂଶନ ର ସମ୍ଭାବନା ବଢ଼ି ଯାଇଛି।
ଲହୁଣୀପଡା ଏବଂ ବଣାଇ ଥାନା ଅଞ୍ଚଳରେ ଗତକାଲି ରାତିରେ ୪ ଜଣଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ ସେମାନଙ୍କୁ ବଣାଇ ହସ୍ପିଟାଲ ଅଣା ଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠା ଯାଇଛି। ଏହି ଅଞ୍ଚଳରେ ଗୋଟିଏ ଦିନରେ ୪ ଜଣଙ୍କୁ ବିଷାକ୍ତ ସାପ କାମୁଡିବା ପ୍ରଥମ ହୋଇଥିବା ବେଳେ ସାପ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.