ବଣାଇ: ବାଇକ୍ କୁ ଧକ୍କା ମାରି ବସ୍ ତଳକୁ ଖସି ଗଲା।। ବାଇକ୍ ଆରୋହୀ ମୃତ।। ୧୫ ବସ୍ ଯାତ୍ରୀ ଆହତ।

0 1,209

ବସ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ ୧୫ ରୁ ଅଧିକ ଗୁରୁତର।

ବଣାଇ: ୮/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବାସୁବାହାଲ ନିକଟରେ ବସ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଲିଙ୍ଗରାଜ ନାମକ ଏକ ଘରୋଇ ବସ ଏକ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ପରେ ବସଟି ରାସ୍ତାରୁ ୧୦ ଫୁଟ ତଳକୁ ଖସି ଯାଇଥିବା ବେଳେ ବସରେ ଥିବା ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଆଉ ତିନି ଜଣ ଗୁରୁତର ଅଛନ୍ତି। ଆହତଙ୍କୁ ପ୍ରଥମେ ବଣେଇ ଡାକ୍ତରଖାନା ଅଣା ଯାଇଥିଲା। ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସ୍ପିଟାଲ୍ ପଠା ଯାଇଛି।

Leave A Reply

Your email address will not be published.