ସୁନ୍ଦରଗଡ଼: କୁତ୍ରା ଥାନା ଗଡପୋଷ ନିକଟ ବିଜୁ ଏକ୍ସପ୍ରେସୱେ ରେ ବାଇକ୍ କୁ ପିଟିଲା ଟ୍ରେଲର।। ମା ମୃତ , ପୁଅ ଗୁରୁତର।

0 538

କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମା ମୃତ, ପୁଅ ଗୁରୁତର ।

କୁତ୍ରା: ୮/୧୦(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକ ନିକଟ ୧୦ ନମ୍ବର୍ ରାଜ୍ୟ ରାଜପଥ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାଉରକେଲାରୁ ବାଇକରେ ଫେରୁଥିବା ମା–ପୁଅ ଙ୍କ ଉପରେ ଏକ ଟ୍ରଲର ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ମାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଆହତ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠା ଯାଇଛି

ମୃତକ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ ବୋଲି ସୂଚନା ମିଳିଛି। ମହିଳା ଜଣକ ରାଉରକେଲାର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତାଙ୍କ ଭାଇଙ୍କୁ ଦେଖି ଫେରୁଥିବା ବେଳକୁ ଏହି ଦୁର୍ଘଟଣା ଘଟିଥିଲା ।

ଘଟଣା ପରେ ଉତ୍ତେଜିତ ଲୋକ ୧୦ ନମ୍ୱର୍ ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ । ପୋଲିସଙ୍କ ବୁଝାସୁଝା ପରେ ଲୋକ ମାନେ ଧାରଣା ରୁ ହଟିଥିଲେ । ଘଟଣାସ୍ଥଳରୁ ପଳାଇଥିବା ଟ୍ରଲରକୁ ବଡ଼ଗାଁ ପୋଲିସ ଜବତ କରିଛି ।

Leave A Reply

Your email address will not be published.