ରାଉରକେଲା: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ପଶ୍ଚିମ ଓଡ଼ିଶା।। ଆକାଶରୁ ବର୍ଷୁଛି ଅଗ୍ନିବର୍ଷା।। ରାଉରକେଲାରେ ଜନ ଜୀବନ ପ୍ରଭାବିତ।

0 158

ରାଉରକେଲା:୨୨/୫(ସତ୍ୟାନ୍ୟୁଜ) ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା। ଆକାଶ ରୁ ହେଉଛି ଅଗ୍ନି ବର୍ଷା। ମଣିଷ ଠାରୁ ଆରମ୍ଭ କରି ଛଟପଟ ହେଉଛନ୍ତି ପଶୁପକ୍ଷୀ। ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ଅଧିଙ୍କାଶ ସହର ର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ଦେଖିବାକୁ ଗଲେ ସଂଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ସାଢ଼େ ୧୧ଟା ବେଳକୁ ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଥିଲା। ସେହିଭଳି ସମ୍ବଲପୁରରେ ୪୧.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା ବେଳେ ହୀରାକୁଦରେ ୩୯.୬ ଡିଗ୍ରୀ ରହିଥିଲା। ରାଉରକେଲାରେ ମଧ୍ୟ ୩୮ ଡିଗ୍ରୀ ରହିଥିଲା। ଏହି ସମୟରେ ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଆଦ୍ରତା ୬୮ % ରହିଥିଲା। ଆଜି ସକାଳୁ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୫.୫ ରେକର୍ଡ କରାଯାଇଥିଲା ବେଳେ ଏହା ଲଗାତାର ଭାବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା। ଏହା ତଳକୁ ୪୪.୬ ଡିଗ୍ରୀ ସହ ରହିଥିଲା ସମ୍ବଲପୁର। ରାଉରକେଲା ୪୨ ଡିଗ୍ରୀ ରେ ପହଞ୍ଚି ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ବିଶେଷ କାମ ନଥିଲେ ଘରୁ ବାହାରିବାକୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.