ରାଉରକେଲା : ରାଉରକେଲାରେ କାର୍ଯ୍ୟକ୍ଷମ ହେଲା ୧୦ ଟି ସୋଲାର ଟ୍ରାଫିକ ପୋଷ୍ଟ।। ଉଦ୍ଘାଟନ କଲେ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାଏ।
ରାଉରକେଲା:୮/୧୦(ସତ୍ୟାନ୍ୟୁଜ) ରାଉରକେଲାରେ ଦିନକୁ ଦିନ ଯାନ ବାହନ ସଂଖ୍ୟା ବୃଦ୍ଧି ପାଇବା ସହ ଟ୍ରାଫିକ ବଢୁଛି। ଟ୍ରାଫିକ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ଲାଗି ପୋଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି। ଆଜି ସହରର ବିଭିନ୍ନ ଛକ ସ୍ଥାନରେ ୧୦ ଟି ଟ୍ରାଫିକ ପୋଷ୍ଟ ର ଶୁଭାରମ୍ଭ କରାଯାଇଛି। ଏହି ଟ୍ରାଫିକ ପୋଷ୍ଟ କୁ ଆନୁଷ୍ଠାନିକ ଭାବେ ଆଜି ଉଦିତ ନଗର ଆମ୍ବେଦକର ଛକରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଉଦ୍ଘାଟନ କରିଛନ୍ତି। ରାଉରକେଲା ଏସପି ନୀତେଶ ୱାଧୱାନୀ, ଏଡିଏମ୍ ଦିନା ଦସ୍ତଗିରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।
ଟ୍ରାଫିକ ପୋଷ୍ଟ ହେବା ଦ୍ଵାରା ଭିଡ ନିୟନ୍ତ୍ରଣ ହେବା ସହ ପୋଲିସ୍ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସଫଳ ହେବ ବୋଲି ଡିଆଇଜି ଏବଂ ଏସପି କହିଛନ୍ତି। ବିଭିନ୍ନ ଛକ ସ୍ଥାନରେ ଅଟୋମେଟିକ ଲାଇଟ୍ ସିଗ୍ନାଲ ଖୁବ ଶିଘ୍ର ଲଗାଯିବ ବୋଲି ଡିଆଇଜି କହିଛନ୍ତି। ଅନ୍ୟପକ୍ଷରେ ଖୁବ ଶୀଘ୍ର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଲଗାଯାଇଥିବା ୬୦୦ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି ଏଡିଏମ୍ ଦିନା ଦସ୍ତଗିର୍ କହିଛନ୍ତି।