ରାଉରକେଲା : ହାଇ ପ୍ରୋଫାଇଲ୍ ଠକ କୁ ଗିରଫ କଲା ରାଉରକେଲା ପୋଲିସ।। ଏସପିଜି ଅଧିକାରୀ କହି ଫଲ୍ସ ୟୁପିଆଇ ମାଧ୍ୟମରେ ଠକୁ ଥିଲା।

0 179

ରାଉରକେଲା:୭/୧୦(ସତ୍ୟାନ୍ୟୁଜ୍) ରହୁ ଥିଲେ ମେ ଫେଆର୍ ଭଳି ତାରକା ହୋଟେଲ ରେ। କହୁ ଥିଲେ ହାଇ ଫାଇ ଇଂରାଜୀ। ଦାମୀ ପୋଷାକ ପିନ୍ଧୁଥିଲେ। ୟୁପିଆଇ ମାଧ୍ୟମରେ ପେମେଣ୍ଟ କରୁଥିଲେ। କିନ୍ତୁ ପେମେଣ୍ଟ ସକସେସ୍ ହେବା ମୋବାଇଲ ରେ ଦେଖାଉ ଥିଲେ ମଧ୍ୟ ପ୍ରକୃତରେ ଏହା ଫଲ୍ସ ଥିଲା। ସନ୍ଦେହ ହେବାରୁ ହୋଟେଲ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଲେ। ପୋଲିସ୍ ତଦନ୍ତରୁ ଜାଣି ପାରିଲେ ଯେ ଏହା ଏକ ହାଇ ପ୍ରୋଫାଇଲ ଠକ୍। କେବଳ ହୋଟେଲ ରେ ନୁହେଁ ଏହି ଠକ୍ ସହରର ବିଭିନ୍ନ ଶୋ ରୁମ୍ ରେ ମଧ୍ୟ ବିଭିନ୍ନ ସାମଗ୍ରୀ କିଣି ୟୂପିଆଇ ମାଧ୍ୟମରେ ଠକି ଥିଲେ। କେବଳ ରାଉରକେଲା ରେ ନୁହେଁ ଏହି ଠକ ତିନୋଟି ରାଜ୍ୟରେ ନିଜ ଠକ ନେଟ ୱାର୍କ ଚଳାଇଥିଲା। ନିଜକୁ ସେ ସ୍ପେଶିଆଲ ପ୍ରୋଟେକ୍ସନ୍ ଗ୍ରୁପ୍ ଅଧିକାରୀ ବୋଲି କହୁ ଥିଲା।ରାଉରକେଲା ଉଦିତନଗର ଥାନା ପୋଲିସ୍ ଏହି ଠକ ପି ସୁଧୀର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନିକଟରୁ ଡେବିଟ କାର୍ଡ , ମୋବାଇଲ ଫୋନ୍ ଏବଂ ଅନ୍ୟ ବହୁ ସାମଗ୍ରୀ ଜବତ କରିଛନ୍ତି।

Leave A Reply

Your email address will not be published.