ରାଉରକେଲା : ରଘୁନାଥପାଲି ଥାନା ଅଞ୍ଚଳ ରେଳ ଲାଇନ୍ କଡ଼ରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ।। ଦୁଇ ଅଟକ।

0 1,140

ରାଉରକେଲା:୭/୧୦(ସତ୍ୟାନ୍ୟୁଜ୍) ରାଉରକେଲା ରଘୁନାଥପାଲି ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ପୀଡ଼ିତା ଙ୍କ ଲିଖିତ ଏଫ୍ ଆଇ ଆର୍ ପରେ ପୋଲିସ୍ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତିରେ ଜଣେ ବିବାହିତା ମହିଳା ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଥାନା ନିକଟରେ ଥିବା ଓଭରବ୍ରିଜ ପାଖ ରେଳ ଲାଇନ୍ କଡ଼ରେ ଏହି ଦୁଷ୍କର୍ମ ହୋଇ ଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖା ଯାଇଛି। ମହିଳାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ସମୟରେ ଯୁବତୀ ଜଣଙ୍କ ସେମାନଙ୍କ କବଳରୁ ଖସି ଆସିଥିଲେ। ଥାନାରେ ପହଞ୍ଚି ଏ ବାବଦରେ ଯୁବତୀ ଜଣଙ୍କ ସୂଚନା ଦେବା ପରେ ରଘୁନାଥପାଲି ଥାନା ପୋଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଧରି ଘଟଣାର ତଦନ୍ତ କରୁଛନ୍ତି। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡ଼ାକ୍ତରୀ ଯାଞ୍ଚ କରା ଯାଉଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave A Reply

Your email address will not be published.