ରାଉରକେଲା : ଅନଲାଇନ୍ ଔଷଧ ବିକ୍ରୟ କୁ ବିରୋଧ।। ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ। ରାଉରକେଲାରେ ବନ୍ଦ ର ବ୍ୟାପକ ପ୍ରଭାବ।

0 166

ରାଉରକେଲା:୨୦/୫(ସତ୍ୟାନ୍ୟୁଜ) ଅନଲାଇନ୍ ରେ ଔଷଧ ବିକ୍ରି ବିରୋଧରେ ଆଜି ଦେଶ ବ୍ୟାପୀ ଔଷଧ ଦୋକାନ ବନ୍ଦ ରହିଥିବା ବେଳେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହି ଆନ୍ଦୋଳନ କୁ ସମର୍ଥନ ଦେଇଥବାରୁ ରାଜ୍ୟରେ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିଛି। ତେବେ ବନ୍ଦ କୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆ ଯାଇଛି। ସାଧାରଣ ଲୋକ ଏବଂ ଗୁରୁତର ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିଲାଗି ଡ୍ରଗ୍ସ ଇନ୍ସପେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ରାଉରକେଲା ସହରରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିବା ବେଳେ ଜନ ଔଷଧି , ନିରାମୟ ଔଷଧ କେନ୍ଦ୍ର ଖୋଲା ରହିଛି। ହସ୍ପିଟାଲ୍ ପରିସରରେ ଥିବା ଔଷଧ ଦୋକାନ ମଧ୍ୟ ଖୋଲା ରହିଛି। ତେବେ ପ୍ରାଣୀ ଧନ ଚିକିତ୍ସାଳୟରେ ଔଷଧ ଦୋକାନ ବନ୍ଦ ରହିବା ପ୍ରଭାବ ଦେଖା ଦେଇଛି। ପ୍ରାଣୀ ଚିକିତ୍ସାରେ ଯେପରି ଔଷଧ କୌଣସି ପ୍ରତିବନ୍ଧକ ନହେବ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି। ମୁଖ୍ୟତଃ ଅନଲାଇନ୍ ଔଷଧ ବିକ୍ରୟ ଏବଂ ହେଭି ଡିସକାଉଣ୍ଟ ବ୍ୟବସ୍ଥା କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆ ଯାଇଛି।

Leave A Reply

Your email address will not be published.