ରାଉରକେଲା:୭/୧୦(ସତ୍ୟାନ୍ୟୁଜ୍) ସହରର ଏକ ପେଟ୍ରୋଲ ପମ୍ପ ଏବଂ ଅନ୍ୟ କେତେକ ବ୍ୟବସାୟ ପ୍ରତିଷ୍ଠାନ ରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ମାଡ଼ି ବସିଲେ ପୋଲିସ୍। ଫଳରେ ଏକ ବଡ ଧରଣର ଡ଼କାୟତି ଯୋଜନା ପଣ୍ଡ ହୋଇ ପାରିଥିଲା। ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ୨୧ ନମ୍ୱର୍ ସେକ୍ଟର କଂଗ୍ରେସ ଭବନ ପଛ ପଟେ ୬ ଜଣ ଦୁର୍ବୃତ୍ତ ଏକତ୍ରିତ ହୋଇ ସହରର କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ରେ ଡକାୟତି ଯୋଜନା କରୁଥିଲେ। ସୂଚନା ପାଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଚଢାଉ କରି ଡକାୟତ ମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଭୁଜାଲି , ଛୁରୀ , ଲୁହା ରଡ଼ ଏବଂ ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବା ଅନ୍ୟ ସାମଗ୍ରୀ ଜବତ କରା ଯାଇଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି।