ରାଉରକେଲା : ବିଶ୍ରା ବ୍ଲକ୍ ରେ ଡବଲ ମର୍ଡର।। ଭାଇ , ଭାଉଜଙ୍କୁ ହାଣି ହତ୍ୟା କଲା ସାନଭାଇ।। ଅଭିଯୁକ୍ତ ଗିରଫ।

0 1,817

ରାଉରକେଲା:୭/୧୦(ସତ୍ୟାନ୍ୟୂଜ୍) ରାଉରକେଲା ବିଶ୍ରା ବ୍ଲକ୍ ମୋନକୋ ପଞ୍ଚାୟତରେ ଘଟି ଯାଇଛି ଏକ ଚାଞ୍ଚଲ୍ୟକର ଡବଲ ମର୍ଡର। ସାନ ଭାଇ ନିଜ ବଡ଼ ଭାଇ ଏବଂ ଭାଉଜ ଙ୍କୁ ଫାର୍ସ। ରେ ହାଣି ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ଏହି ହତ୍ୟା କାଣ୍ଡ ଜମି ଜମା ବିବାଦ କୁ ନେଇ ହୋଇଥିବା ଜଣା ପଡ଼ିଛି। ତେବେ ପୋଲିସ ଅଭିଯୁକ୍ତ ସାନଭାଇ କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।
ମିଳିଥିବା ସୂଚନା ମୁତାବକ ରାତିରେ ଏନ୍ ଏମ୍ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଶୋଭା ଘରେ ସୋଇଥିବା ବେଳେ ସାନ ଭାଇ ନାମଜାଙ୍ଗ ମୁଣ୍ଡା ଫାର୍ସ। ରେ ଉଭାୟଙ୍କୁ ହାଣି ହତ୍ୟା କରିଥିଲା। ଏ ବାବଦରେ ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇ ଥିଲେ। ଏହି ଘଟଣା ସାରା ବିଶ୍ରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.