ରାଉରକେଲା : ସ୍ବାମୀ , ସ୍ତ୍ରୀ ଗିରଫ। ନାବାଳିକା ସନ୍ଦେହ ଜନକ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ କଲା ପୋଲିସ।। ବିଷ କ୍ରିୟାରେ ନାବାଳିକାର ମୃତ୍ୟୁ ହୋଇ ଥିଲା।

0 563

ରାଉରକେଲା:୬/୧୦(ସତ୍ୟାନ୍ୟୁଜ୍) ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଗତ ୩ ତାରିଖ ଦିନ ସନ୍ଦେହ ଜନକ ଭାବେ ଜଣେ ନାବାଳିକା ମୃତ୍ୟୁ ବରଣ କରିବା ଘଟଣା ର ପର୍ଦ୍ଦାଫାଶ କରିଛି ପୋଲିସ୍। ଉକ୍ତ ନାବାଳିକା ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରି ନଥିଲା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ପୋଲିସ ତଦନ୍ତରୁ ଜାଣି ପାରିଛି। ଉକ୍ତ ନାବାଳିକା କୁ ଆତ୍ମହତ୍ୟା କରିବାକୁ ଉସୁକାଇ ଥିବା ଅଭିଯୋଗରେ ଏକ ଦମ୍ପତି ଙ୍କୁ ପୋଲିସ୍ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଚାଲାଣ କରିଛି। ଘଟଣା ଘଟିଥିଲା ନାବାଳିକା କାମ କରୁଥିବା ନିର୍ମାଣ ସ୍ଥଳୀରେ। ଡକ୍ତର ମୁଣ୍ଡା ନାମକ ଜଣେ ବିବାହିତ ଯୁବକ ସହ ସହ ନାବାଳିକା ର ସମ୍ପର୍କ ସନ୍ଦେହ କରି ଯୁବକ ଙ୍କ ସ୍ତ୍ରୀ ଉକ୍ତ ନାବାଳିକା ଙ୍କୁ ସର୍ବ ସମ୍ମଖରେ ଚାପୁଡ଼ା ମାରିଥିଲେ। ଫଳରେ ଲଜ୍ଜ୍ୟା ବଶତଃ ଉକ୍ତ ନାବାଳିକା ଆତ୍ମହତ୍ୟା କରିଥିବା କୁହା ଯାଉଛି। ଏହି ଘଟଣାକୁ ନେଇ ୪ ଅକ୍ଟୋବର ଦିନ ନାବାଳିକା ର ପରିବାର ବର୍ଗ ନ୍ୟାୟ ଦାବିରେ ରଘୁନାଥପାଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.