ରାଉରକେଲା: ବାଇକ୍ ଦୁର୍ଘଟଣା ରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ।। ୧୦ ନମ୍ୱର୍ ରାଜ୍ୟ ରାଜପଥ ମାଣ୍ଡିଆ କୁଦର୍ ନିକରେ ଘଟିଛି ଦୁର୍ଘଟଣା।
ରାଉରକେଲା:୧୯/୫
(ସତ୍ୟାନ୍ୟୁଜ) ଆଜି ଏକ ଦୁଃଖଦ ଘଟଣାରେ ୧୦ ନମ୍ୱର୍ ରାଜ୍ୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ରାଜଗାଙ୍ଗପୁର ବାଣ୍ଠୁପଡା ଅଞ୍ଚଳର ଗୌରବ ମହାପାତ୍ର ବୋଲି ଜଣା ପଡିଛି। ଅନ୍ୟଜଣେ ରାଉରକେଲା ୨ ନମ୍ୱର୍ ସେକ୍ଟର ଅଞ୍ଚଳର ଚନ୍ଦନ ମହାପାତ୍ର ବୋଲି ସୂଚନା ମିଳିଛି। ଉଭୟ ପ୍ଲସ ୩ ଛାତ୍ର ଥିବା କୁହା ଯାଉଛି। ମାଣ୍ଡିଆକୁଦର୍ ନିକଟରେ ବାଇକ୍ ଡିଭାଇଡର ରେ ପିଟି ହୋଇଯିବା ପରେ ଦୁର୍ଘଟଣା ଘଟିଥିବା କୁହା ଯାଉଥିବା ବେଳେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିବ। ଦୁର୍ଘଟଣା ପରେ ଉଭୟ ଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନା ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାରେ ରାଜଗାଙ୍ଗପୁର ତଥା ରାଉରକେଲାରେ ଶୋକ ର ଛାୟା ଖେଳି ଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।