ରାଉରକେଲା:୧୩/୪(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି ଏକ ହତ୍ୟାକାଣ୍ଡ। ଦୁଇ ଦିନ ପୂର୍ବେ ଗାନ୍ଧୀ ରୋଡ ଏବଂ ଛେଣ୍ଡ୍ କଲୋନୀରେ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡ ଲୋକଙ୍କ ମନରୁ ଯାଇ ନାହିଁ। ଏବେ ପୁଣି ଜଣେ ଯୁବକଙ୍କୁ ରଘୁନାଥପାଲି ଥାନା ଅନ୍ତର୍ଗତ ଏସ୍ ଟି ଆଇ ଗେଟ୍ ନିକଟରେ ଗଳା କାଟି ହତ୍ୟା କରା ଯାଇଛି। ଉକ୍ତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତା ଜଣା ପଡି ନାହିଁ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।