ସୁନ୍ଦରଗଡ଼ : ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ସହ ପ୍ରଦର୍ଶନ ଆୟୋଜିତ।। ପଖାଳ ଠାରୁ ଆରମ୍ଭ କରି ପିଠା ପଣା ପର୍ଯ୍ୟନ୍ତ ପ୍ରଦର୍ଶିତ।

0 291

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ସୁନ୍ଦରଗଡ଼:୧୩/୦୪(ସତ୍ୟାନ୍ୟୁଜ) ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ – ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ପୌରପାଳିକାଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ଆଇନଜୀବି ଶ୍ରୀ ଅଶୋକ ଦାସ, ଅନ୍ୟାନ୍ୟ ଅଧିକାରୀ, ପୌରପାଳିକା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ , ଆମ ପାରମ୍ପରିକ ଖାଦ୍ୟ କେବଳ ଯେ ସ୍ୱାଦ ଦୃଷ୍ଟିରୁ ଉନ୍ନତ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଶରୀର ମଧ୍ୟ ଲାଭ ଦାୟକ। କାରଣ ଏହି ସବୁ ଖାଦ୍ୟ ଗୁଡ଼ିକ ରେ କୌଣସି ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ ନାହିଁ। ସେହିଭଳି ଆମ ହାଣ୍ଡିଶାଳରୁ ହଜି ଯାଉଥିବା ଏହିସବୁ ବ୍ୟଞ୍ଜନଗୁଡ଼ିକୁ ତଥା ଅନେକ ପାରମ୍ପରିକ ପିଠା, ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରାଇବା ଏହି ଦିବସର ମୂଳ ଲକ୍ଷ୍ଯ ବୋଲି ଅତିଥିମାନେ କହିଥିଲେ।
ସେହିଭଳି ଆଜି ସମସ୍ତ ବ୍ଲକ୍ ଅଞ୍ଚାଳ ରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଅତିଥିମାନେ ଏବଂ ଅଂଶଗ୍ରହକାରୀ ମାନେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ, ପିଠାପଣା ଆଦିର ମଜା ନେଇଥିଲେ।

Leave A Reply

Your email address will not be published.