ଝାରସୁଗୁଡ଼ା:ପୋଲିସ ଏନକାଉଣ୍ଟର ରେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ ଆହତ।। କୋର୍ଟ ଚାଲାଣ ବେଳେ ପୋଲିସ୍ ଠାରୁ ପିସ୍ତଲ ଛଡାଇ ପଲାଉ ଥିଲେ।

0 369

ଝାରସୁଗୁଡ଼ାରେ ପୁଲିସ୍ ଏନକାଉଣ୍ଟର ରେ ଦୁଇ ଦୁର୍ବୃତ୍ତ ଆହତ। ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତ ବେଲପାହାଡ଼ର ୨୨ ବର୍ଷୀୟ ଶେଖ୍ ଆସିଫ୍ ଓ ୩୦ ବର୍ଷୀୟ ଅଭିଷେକ ବାରିକ। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।
ଏହି ଦୁଇ ଦୁର୍ବୃତ୍ତ ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଗତକାଲି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦ୍ଵୟକୁ ଗିରଫ କରିଥିଲେ। ଆଜି ସକାଳେ ବେଲପାହାଡ ପୁଲିସ ସେମାନଙ୍କୁ ନେଇ କୋର୍ଟ କୁ ଆସୁଥିଲେ। କୋର୍ଟ ଯିବା ବେଳେ ଜଙ୍ଗଲ ନିକଟରେ ଅଭିଯୁକ୍ତ ପୋଲିସ ଠାରୁ ପିସ୍ତଲ୍ ଛଡାଇ ନେଇ ଗୁଳି ଚଳାଇ ଜଙ୍ଗଲ ଭିତରକୁ ପଲାଉଥିଲେ। ପରେ ପୋଲିସର ପାଲଟା ଗୁଳି ଚାଳନାରେ ଉଭୟ ଅଭିଯୁକ୍ତ ଆହତ ହୋଇଥିଲେ।

Leave A Reply

Your email address will not be published.