ଝାରସୁଗୁଡ଼ା:ପୋଲିସ ଏନକାଉଣ୍ଟର ରେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ ଆହତ।। କୋର୍ଟ ଚାଲାଣ ବେଳେ ପୋଲିସ୍ ଠାରୁ ପିସ୍ତଲ ଛଡାଇ ପଲାଉ ଥିଲେ।

0 99

ଝାରସୁଗୁଡ଼ା : ୧୨/୪(ସତ୍ୟାନ୍ୟୁଜ) ଝାରସୁଗୁଡ଼ାରେ ପୁଲିସ୍ ଏନକାଉଣ୍ଟର ରେ ଦୁଇ ଦୁର୍ବୃତ୍ତ ଆହତ। ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତ ବେଲପାହାଡ଼ର ୨୨ ବର୍ଷୀୟ ଶେଖ୍ ଆସିଫ୍ ଓ ୩୦ ବର୍ଷୀୟ ଅଭିଷେକ ବାରିକ। ଏହି ଘଟଣାରେ ଉଭୟ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ୨ ଜଣ ଅଭିଯୁକ୍ତ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଗତକାଲି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦ୍ଵୟକୁ ଗିରଫ କରିବା ସହ ଡାକ୍ତରୀ ମଇନା କରିଥିଲା। ଗତକାଲି ରାତି ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ନଥିବା ବେଳେ ଆଜି ସକାଳୁ ୭ଟାରେ ବେଲପାହାଡ ପୁଲିସ ସେମାନଙ୍କୁ ନେଇ କୋର୍ଟ କୁ ଆସୁଥିଲେ। କୋର୍ଟ ଯିବା ବେଳେ ଜଙ୍ଗଲ ନିକଟରେ ଅଭିଯୁକ୍ତ ସେଖ୍ ଆସିଫ୍ ବାନ୍ତି କରିବାର ବାହାନା କରିଥିଲା। ପୁଲିସ ଗାଡ଼ି ଅଟକାଇବା ପରେ ଉଭୟ ଅଭିଯୁକ୍ତ ପୁଲିସକୁ ଧକ୍କା ଦେବା ସହ କାର୍ଯ୍ୟରତ ଏସଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ପିସ୍ତଲ୍ ଛଡାଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଛଡାଇଥିବା ପିସ୍ତଲ୍ ରୁ ପୋଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ବେଲପାହାଡ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର ସେମାନଙ୍କୁ ସରେଣ୍ଡର୍ କରିବାକୁ ଚେତାବନୀ ଦେବା ସହ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ମାଡ କରିଥିଲେ। କିନ୍ତୁ ଅଭିଯୁକ୍ତ ପୋଲିସ୍ ଚେତାବନୀ କୁ କର୍ଣ୍ଣପାତ କରି ନଥିଲେ। ଏହାପରେ ଶ୍ରୀ ମେହେର ପୁଣି ୩ ରାଉଣ୍ଡ ଗୁଳି ମାଡ କରିଥିଲେ। ଏଥିରୁ ୨ଟି ଗୁଳି ଉଭୟ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିଲା।

Leave A Reply

Your email address will not be published.