ସୁନ୍ଦରଗଡ଼ : ବେଆଇନ୍ କୋଇଲା ଖନନ ଏବଂ ଚାଲାଣର ତଦନ୍ତ ପାଇଁ ଭୁବନେଶ୍ୱରରୁ ଆସି ପହଁଚିଲେ ୯ ଜଣିଆ ଟିମ୍।। ଆରମ୍ଭ ହେଲା ସ୍ପଟ୍ ଭିଜିଟ୍।

0 232

ସୁନ୍ଦରଗଡ଼ : ୧୧/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ୍ ଖଣି ଖନନ ଏବଂ ଖଣିଜ ପଦାର୍ଥର ଚୋରା ଚାଲାଣ ର ତଦନ୍ତ ପାଇଁ ଆଜି ଭୁବନେଶ୍ୱରରୁ ୯ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି। ଏହି ଟିମ୍ ରେ ଖଣି ବିଭାଗ ଅଧିକାରୀ , ଭୂତତ୍ଵ ବିଭାଗ ଅଧିକାରୀ ଏବଂ ପୋଲିସ ସାମିଲ ଅଛନ୍ତି। ସୁନ୍ଦରଗଡ଼ ହେମଗିରି ତହସିଲ ର ତେଲେନ ଡ଼ିହି, ରତନସରା ଜଙ୍ଗଲରେ ବେଆଇନ୍ କୋଇଲା ଖଣି ଏବଂ ଖନନ ଠାବ ହେଲା ପରେ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ଟିମ୍ ହେମଗିରି ତହସିଲ ର ବିଭିନ୍ନ ଜଙ୍ଗଲରେ ବେଆଇନ୍ ଖଣି ବାବଦରେ ତଦନ୍ତ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍ ମଧ୍ୟ ଏହି ଟିମ୍ ରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ହେମଗିରି ତହସିଲ୍ ଜଙ୍ଗଲରେ ବେଆଇନ୍ କୋଇଲା ଖନନ ଏବଂ ଚାଲାଣ ଜଣା ପଡ଼ିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରା ଯାଇଥିଲା।
ଗତ କାଲି ଗୋଟିଏ ସ୍ପଞ୍ଜ କାରଖାନା ଏବଂ କୋଲ୍ ୱାସେରୀ ଉପରେ ଚଢ଼ଉ କରାଯାଇ କୋଇଲା ଷ୍ଟକ ଯାଞ୍ଚ କରା ଯାଇଥିଲା। ହେମଗିରି ବ୍ଲକ କନିକା ସ୍ଥିତ କୋଲ୍ ୱାସେରୀ ରେ ଖଣି ବିଭାଗ ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀ , ଉପ ଜିଲ୍ଲାପାଳ ଦାଶରଥି ସରାବୁ ଏବଂ ଏସ ଡି ପି ଓ ନିର୍ମଳ ମହାପାତ୍ର ଏବଂ ଟିମ ଚଢ଼ଉ କରି କୋଇଲା ଷ୍ଟକ ଯାଞ୍ଚ କରିଛନ୍ତି ।

Leave A Reply

Your email address will not be published.