ରାଉରକେଲା : ମିଳୁ ନାହିଁ ବାଲି।। ଠିକାଦାର ସଙ୍ଘ ପକ୍ଷରୁ ୧୫ ଅପ୍ରେଲରୁ କାମ ବନ୍ଦ ନିଷ୍ପତ୍ତି।। ନିର୍ମାଣ କାମ ପ୍ରଭାବିତ ହେବା ଆଶଙ୍କା।
ରାଉରକେଲା:୧୦/୪(ସତ୍ୟାନ୍ୟୁଜ) ରାଉରକେଲାରେ ନିର୍ମାଣ କାମ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି। ସରକାରୀ ହେଉ କିମ୍ବା ବେସରକାରୀ କାମ ହେଉ ନିର୍ମାଣ କାର୍ଯ୍ୟ ଲାଗି ବାଲି ର ଆବଶ୍ୟକତା ଅପରିହାର୍ଯ୍ୟ। ମାତ୍ର ଏବେ ନଦୀ ଘାଟରୁ ବାଲି ଉଠୁ ନଥିବାରୁ ଏପରି ସ୍ଥିତି ଉପୁଜିଛି। ବାଲିଘାଟ କୁ ନୂତନ ଭାବେ ଲିଜ୍ ଦିଆ ଯାଇ ନଥିବାରୁ ଘାଟରୁ ବାଲି ଉଠାଣ ବନ୍ଦ ରହିଛି। ବେଆଇନ୍ ବାଲି ଚାଲାଣ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ଚଢାଉ ଚାଲିଛି। ଏବେ ବାଲି ମିଳୁ ନଥିବାରୁ ରାଉରକେଲା ଠିକାଦାର ସଂଘ ପକ୍ଷରୁ ୧୫ ଅପ୍ରେଲ ରୁ କାମ ବନ୍ଦ ନିଷ୍ପତ୍ତି ନିଆ ଯାଇଛି। ବାଲି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କୁ ନିବେଦନ କଲା ପରେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିଲା ନାହିଁ। ତେଣୁ ଠିକାଦାର ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆ ଯାଇଥିବା ସଙ୍ଘ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି।