ବଣାଇ : ୧୦/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରର ରାସ୍ତା କଡରୁ ଅତିକ୍ରମଣ ତଥା ଜବର ଦଖଲ ଊଛେଦ ଅଭିଯାନ ଆରମ୍ଭ ହୋଇଛି। ଗୁରୁବାର ଦିନ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲି ଥିଲା। ଉଚ୍ଛେଦ ବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ବଣାଇ ଡେପୁଟି କଲେକ୍ଟର ସ୍ଵାଗତିକା ଦଳପତି, ତହସିଲଦାର ଜ୍ଞାନ ରଞ୍ଜନ ବେହେରା , ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଉପସ୍ଥିତ ଥିଲେ। ବଣାଇ ସହର ମୁଖ୍ୟ ରାସ୍ତାରେ ଥିବା ଦୋକାନୀ ଏବଂ କେତେକ ଘର ରାସ୍ତା ଉପରକୁ ମାଡ଼ି ଆସି ଥିବାରୁ ଯାତାୟାତ ଅସୁବିଧା ହେଉ ଥିବା ଅଭିଯୋଗ ହୋଇଥିଲା। ଯାତାୟତ ସୁବ୍ୟବସ୍ଥିତ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇ ଥିବା କୁହା ଯାଉଛି। ବଣାଇ ରଥଚକ ଠାରୁ ଦେଓଗାଁ ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ଜାରି ରହି ଥିବା ବେଳେ ପୂର୍ବରୁ ଉଚ୍ଛେଦ ବାବଦରେ ଲୋକଙ୍କୁ ସୂଚନା ଦିଆ ଯାଇଥିବା ପ୍ରଶାସନ ପକ୍ଷରୁ କୁହା ଯାଇଛି।