ରାଉରକେଲା : ଗାନ୍ଧୀ ରୋଡ ବେଙ୍ଗଲି ଓରଫ ସୁଦିପ କର ହତ୍ୟାକାଣ୍ଡର ପର୍ଦ୍ଦାଫାଶ।। ଅଭିଯୁକ୍ତ ସଞ୍ଜୟ କୁ ଗିରଫ କଲା ପୋଲିସ।

0 1,692

ରାଉରକେଲା:୧୦/୪(ସତ୍ୟାନ୍ୟୁଜ) ରାଉରକେଲା ଗାନ୍ଧୀ ରୋଡ ରେ ବୁଧବାର ରାତିରେ ହୋଇଥିବା ବେଙ୍ଗଲି ଓରଫ ସୁଦିପ କର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ। ହତ୍ୟାକାଣ୍ଡ ର ୮ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ସଞ୍ଜୟ ରବିଦାସ କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛନ୍ତି। ହତ୍ୟାକାଣ୍ଡର ମୂଳ କାରଣ ମଦ ହୋଇଥିବା ଜଣା ପଡିଛି। ଉଭୟ ଅଭିଯୁକ୍ତ ସଞ୍ଜୟ ଏବଂ ମୃତକ ସୁଦିପ ଶ୍ରମିକ ଶ୍ରେଣୀର। ସେମାନେ ସାଙ୍ଗ ହୋଇ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ସଞ୍ଜୟ ମୃତକ ସୁଦିପଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ମାତ୍ର ସୁଦିପ ଟଙ୍କା ଦେଇ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ସୁଦିପ ଗାନ୍ଧୀ ରୋଡ଼ ରାସ୍ତା କଡ଼ରେ ବାରଣ୍ଡାରେ ସୋଇଥିବା ବେଳେ ରାଗ ରଖିଥିବା ସଞ୍ଜୟ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲା। ପୋଲିସ୍ ଅଭିଯୁକ୍ତ ସଞ୍ଜୟ ରବିଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.