ରାଉରକେଲା : ଛେଣ୍ଡ୍ କଲୋନୀଭି ଏସ୍ ଏସ୍ ମାର୍କେଟରେ ଯୁବକଙ୍କୁ ହାଣି ହତ୍ୟା ଘଟଣାରେ ୫ ଅଟକ।। ପୁଅର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାର ସଦସ୍ୟ।

0 5,270

ରାଉରକେଲା:୧୦/୪(ସତ୍ୟାନ୍ୟୁଜ) ବାପା , ମା ‘ ଙ୍କର ଗୋଟିଏ ମାତ୍ର ପୁଅ ଥିଲେ ମୁକେଶ। ଆଇଟିଆଇ ପଢ଼ିବା ପରେ ଡିପ୍ଲୋମା ପାଇଁ ପ୍ରସ୍ତୁତ ହେଉଥିଲେ। ପରିବାର ସହ ରହୁଥିଲେ ରାଉରକେଲାର କଳିଙ୍ଗ ବିହାରରେ। ମାତ୍ର ବୁଧବାର ସନ୍ଧ୍ୟାରେ କେତେକ ଦୁବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ମୁକେଶ ମୃତ୍ୟୁ ବରଣ କଲେ। ନିଜ ୨୧ ବର୍ଷୀୟ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ି ଛନ୍ତି ବାପା ସୁଧୀର କର। କୋହ ଭରା କଣ୍ଠରେ ନିଜ ପୁଅର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ କରିବାକୁ ପୋଲିସ୍ ପ୍ରଶାସନ କୁ ନିବେଦନ କରିଛନ୍ତି।
ଗତକାଲି ସନ୍ଧ୍ୟା ବେଳେ ଏପରି ଘଟଣା ଘଟିଥିଲା ଜନଗହଳି ପୂର୍ଣ୍ଣ ସ୍ଥାନରେ । କିଛି ଯୁବକ ରାଉରକେଲା ଛେଣ୍ଡ୍ କଲୋନୀ ସ୍ଥିତ ଭି ଏସ୍ ଏସ୍ ମାର୍କେଟରେ ମୁକେଶଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ସାଙ୍ଗ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଛେଣ୍ଡ୍ ଥାନା ପୋଲିସ ୪/୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛନ୍ତି। ତଦନ୍ତ ପରେ ଜଣା ପଡ଼ିବ ହତ୍ୟାର କାରଣ। ତେବେ ସର୍ବ ସାଧାରଣ ସ୍ଥାନରେ ସନ୍ଧ୍ୟା ବେଳେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିବା ଘଟଣାର କେତେକ ପ୍ରଶ୍ନ ଉଠାଇଛନ୍ତି ମୁକେଶଙ୍କ ଭାଇ ମାନେ।

ସବୁଠାରୁ ବଡ଼ ପ୍ରସଙ୍ଗ ହେଲା ଶହଶହ ଲୋକ ଏହି ଘଟଣା ବେଳେ ଉପସ୍ଥିତ ଥିଲା ବେଳେ ନୀରବ ଦ୍ରଷ୍ଟା ହୋଇ ରହିଥିଲେ। ଏବେ ସହରରେ ସର୍ବ ସାଧାରଣ ସ୍ଥାନରେ ଘଟୁଥିବା ଏପରି ଅପରାଧିକ ଘଟଣା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

Leave A Reply

Your email address will not be published.