ରାଉରକେଲା : ନିଆଁରେ ପୋଡ଼ି ହୋଇ ଆଇଜିଏଚ ରେ ଚିକତ୍ସିତ ହେଉଥିବା ଫରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ।। ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ଆହତ ହୋଇ ଥିଲେ।

0 1,495

ରାଉରକେଲା :୧୦/୪(ସତ୍ୟାନ୍ୟୁଜ)
ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଆଇଜିଏଚ୍ ରେ ଚିକିତ୍ସିତ ହେଉଥିବା ଫରେଷ୍ଟ ଗାର୍ଡ ସମରା ଓରାମ ଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଛି। ସୋମବାର ଦିନ ସମରା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ର କଲୁଙ୍ଗା ଅଞ୍ଚଳର ବ୍ରାହ୍ମଣୀ ଜଙ୍ଗଲରେ ଅନ୍ୟ ଦୁଇ ସାଥିଙ୍କ ସହ ନିଆଁ ଲିଭାଉଥିବା ବେଳେ ନିଆଁ ରେ ପୋଡ଼ି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜେପି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଆଇଜିଏଚ ରେ ଭର୍ତ୍ତି କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି।
ବନ କର୍ମଚାରୀ ସମରା ଓରାମ ତାଙ୍କର ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ କଲୁଙ୍ଗା ନିକଟରେ ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ନିଆଁ ଲିଭା ମେସିନ ସାହାଯ୍ୟରେ ଅଗ୍ନି ନିର୍ବାପିତ କରିବା ସମୟରେ ପବନ ଯୋଗୁଁ ନିଆଁ ପଛକୁ ମାରି ଥିଲା। ମେସିନ ପୋଡ଼ି ଯିବା ସହ ସମର ମଧ୍ୟ ଗୁରୁତର ଭାବେ ଜଳି ଯାଇଥିଲେ। ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ଚାଲିଥିଲା । ପରେ ତାଙ୍କୁ ଆଇଜିଏଚ ସ୍ଥାନାନ୍ତର କରା ଯାଇଥିଲା।

Leave A Reply

Your email address will not be published.