ରାଉରକେଲା : ଗୋଟିଏ ରାତିରେ ଦୁଇଟି ହତ୍ୟାକାଣ୍ଡ।। ଗାନ୍ଧୀ ରୋଡ ରେ ତଣ୍ଟି କାଟି ହତ୍ୟା।। ଛେଣ୍ଡ୍ ମାର୍କେଟରେ ଯୁବକଙ୍କ ହାଣି ହତ୍ୟା।
ରାଉରକେଲା:୧୦/୪(ସତ୍ୟାନ୍ୟୁଜ)
ରାଉରକେଲା ଇସ୍ପାତ ସହରରେ ଗୋଟିଏ ରାତିରେ ଦୁଇଟି ହତ୍ୟାକାଣ୍ଡ ପୋଲିସ୍ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗୋଟିଏ ହତ୍ୟାକାଣ୍ଡ ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ଛେଣ୍ଡ ଥାନା ଅନ୍ତର୍ଗତ
ଭି ଏସ୍ ଏସ୍ ମାର୍କେଟ ଅଞ୍ଚଳ ରେ ହୋଇଛି। ଉଭୟ ଘଟଣାର ତଦନ୍ତ ପୋଲିସ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପ୍ଲାଣ୍ଟ ସାଇଟ୍ ଥାନାର ଗାନ୍ଧୀ ରୋଡ ରେ ଜଣେ ବ୍ୟକ୍ତି ଶୋଇ ଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କ ଗଳାକାଟି ହତ୍ୟା କରିଛି। ମୃତକଙ୍କୁ ଚିହ୍ନଟ କରାଯାଇ ପାରି ନଥିବା ବେଳେ ସେ ବୁଲି ବୁଲି ଜରି ଏବଂ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ସଂଗ୍ରହ କରୁଥଲେ ବୋଲି ଜଣା ପଡିଛି। ପୋଲିସ୍ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି।
ଅନ୍ୟ ଏକ ଘଟଣାରେ ଚ୍ଛେଣ୍ଡ ଥାନା ଅନ୍ତର୍ଗତ ଭି ଏସ୍ ଏସ୍ ମାର୍କେଟ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୁବୃର୍ତ୍ତ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ଦେଇଛନ୍ତି। ଉକ୍ତ ଯୁବକ କିଛି ସମୟ ପୂର୍ବରୁ ଏକ ଆଖଡ଼ା ଶୋଭାଯାତ୍ରାରେ ସାମିଲ ଥିଲେ। ସେ ମାର୍କେଟରେ ଥିବା ବେଳେ କିଛି ଯୁବକ ବାଇକ୍ ରେ ଆସି ଗୋଡ଼ାଇ ଗୋଡ଼ାଇ ତାଙ୍କୁ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ୍ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହା ଯାଉଛି। ଉଭୟ ଘଟଣାର ପୋଲିସ ତଦନ୍ତ ଚାଲିଛି।