ରାଉରକେଲା : ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ୯ ସଦସ୍ୟ ଗିରଫ।। ରାଉରକେଲା ସିଭିଲ ଟାଉନଶିପ ଏବଂ ବାସନ୍ତୀ କଲୋନୀରେ ଚାଲିଥିଲା ଅଫିସ୍।

0 1,672

ରାଉରକେଲା : ୯/୪(ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାଉରକେଲା ପୋଲିସର ସାଇବର ଅପରାଧ ଏବଂ ଅର୍ଥନୈତିକ ଶାଖା ଏକ ଅନ୍ତର୍ଜାତୀୟ ସାଇବର୍ ଠକ୍ ଗ୍ୟାଙ୍ଗ ର ୯ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗ ର ରିଙ୍ଗ ଲିଡର୍ ଦୁବାଇ ରୁ ଏହି ରକେଟ୍ ସଞ୍ଚାଳନ କରୁଥିବା ବେଳେ ରାଉରକେଲା ର ସିଭିଲ୍ ଟାଉନଶିପ ଏବଂ ବାସନ୍ତୀ କଲୋନୀରେ ଠକ୍ ଗ୍ୟାଙ୍ଗ ନିଜ କାମ ଚଳାଇଥିଲେ। ‘ଟ୍ରେଡ୍ ନାଁଓ’ ନାମରେ ଚାଲୁଥିବା ଏକ ସଂସ୍ଥାରେ ପ୍ରତିଦିନ ୫୦ ଲକ୍ଷ ଟଙ୍କାର କାରବାର ଚାଲୁଥିଲା। ପୋଲିସ୍ ଏହି ଗ୍ୟାଙ୍ଗ ସଦସ୍ୟଙ୍କ ଠାରୁ ୫ଟି ଲାପ୍ ଟପ୍ , ୩୧ଟି ମୋବାଇଲ ଫୋନ୍ , ୬୮ଟି ସିମ୍ କାର୍ଡ , ପାସ୍ ବୁକ୍ , ଏ ଟି ଏମ କାର୍ଡ ଆଦି ଜବତ କରିଛନ୍ତି। ଏହା ସହ ଏକ କାର ଏବଂ ସ୍କୁଟି ମଧ୍ୟ ଜବତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ୨୩ଟି ବ୍ୟାଙ୍କ୍ ଆକାଉଣ୍ଟ ରୁ ୧ କୋଟି ୪୧ ଲକ୍ଷ ଟଙ୍କା ଜବତ କରା ଯାଉଛି। ଏହି ଠକ ମାନଙ୍କ ଜାଲରେ ନପଡ଼ିବାକୁ ରାଉରକେଲା ପୋଲିସ ଡି ଆଇ ଜି ଏବଂ ଏସପି ନିବେଦନ କରିଛନ୍ତି।

Leave A Reply

Your email address will not be published.